ଆରମ୍ଭ ହେଲା ତୋଷାଳୀ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ହସ୍ତଶିଳ୍ପ ତୋଷାଳି ମେଳା। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠୁ ଆରମ୍ଭ ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ଜନତା ମୈଦାନଠାରେ ଅନୁଷ୍ଠିତ ହେବ ଏହି ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌‌) ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ କମିଶନର ସହାୟତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମେଳା ଆୟୋଜିତ ହେଉଛି। ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ୧୨ ଦିନ ବ୍ୟାପୀ ଚାଲିବ।

ଏଥର ମେଳାରେ ୪ଶହରୁ ଅଧିକ ହସ୍ତଶିଳ୍ପ ଷ୍ଟଲ୍‌‌ ଖୋଲିବ। ଯେଉଁଠି ଓଡ଼ିଶା ଏବଂ ଓଡ଼ିଶା ବାହାରର ପାରମ୍ପରିକ କଳା, କାରିଗରୀର ଚମକ ଦେଖିବାକୁ ମିଳିବ। ସେହିପରି ୨୫୦ରୁ ଅଧିକ ହସ୍ତତନ୍ତ ଷ୍ଟଲ୍‌‌ରେ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ।