ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଙ୍କ ୭୬ ତମ ଜନ୍ମଦିନ , କୋଭିଡ କଟକଣା ଯୋଗୁଁ ପାଳିବେନି ଜନ୍ମଦିନ

ଆସନ୍ତା କାଲି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୬ ତମ ଶୁଭ ଜନ୍ମଦିବସ I ଆସନ୍ତା କାଲି ନବୀନ ପଟ୍ଟନାୟକ ୭୬ ବର୍ଷ ରେ ପଦାର୍ପଣ କରିବେ I୧୯୪୬ ଅକ୍ଟୋବର ୧୬ରେ କଟକରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୟାନନ୍ଦ ପଟ୍ଟନାୟକ ଓ ମା’ଜ୍ଞାନ ଦେବୀ ଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ I କରୋନା କଟକଣା ଯୋଗୁ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି।ଗତବର୍ଷ କରୋନା ମହାମାରୀ କଟକଣା ଓ ଫନି ବାତ୍ୟା ଯୋଗୁ ନବୀନ ନିଜର ଜନ୍ମଦିନ ପାଳନ କରିନଥିଲେ।
କରୋନା ସଂକ୍ରମଣ ଆଶଙ୍କାରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରୁ ନଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନରେ କାହାରିକୁ ଭେଟିବେ ନାହିଁ ବୋଲି ସୂଚନା ମିଳିଛି। ଏହି ଅବସର ରେ ବିଜେଡି ପକ୍ଷରୁ ଏବେ ରାଜ୍ୟବ୍ୟାପୀ ‘ଶ୍ରମଦାନ’ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଚାଲିଛି I ତେବେ ନବୀନ ଙ୍କ ଜନ୍ମଦିବସ କୁ ସ୍ମରଣୀୟ କରିବାପାଇଁ କେତେକ ସ୍ଥାନରେ ରକ୍ତଦାନ ଶିବିର, ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

Comments (0)
Add Comment