ଟୋକିଓ ଅଲିମ୍ପିକ କୁସ୍ତିଯୋଦ୍ଧା କ୍ୱାର୍ଟରରେ ପୁଣି ଚମକିଲା ଭାରତ

ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ନିଜ ନିଜର ଓଜନ ବର୍ଗର ସେମିଫାଇନାଲରେ ପହଞ୍ଚି ଯାଇଛନ୍ତି । ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି।ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ରବି କୁମାର ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ। ସେମିରେ ରବି କୁମାରଙ୍କ ସାମ୍ନା କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହେବ।

Comments (0)
Add Comment