ରାଶିଫଳ ୦୮-ମେ -୨୦୨୨ ରବିବାର : ଏହି ରାଶି ର ବ୍ୟକ୍ତି ମାନେ ମାନସିକ ଶାନ୍ତି ପାଇବେ I ବିଛା ରାଶି ର ବ୍ୟକ୍ତିମାନେ ଥକ୍କIପଣ ଅନୁଭବ କରିବେ I କର୍କଟ ରାଶି ର ବ୍ୟକ୍ତି ମାନଙ୍କର ବୈବାହିକ ଜୀବନ ସୁଖମୟ ହେବ I
ମେଷ : ଆଜି ଆପଣଙ୍କ ପାଇଁ ଦିନ ଟି ଖାସ ହେବାକୁ ଯାଉଛି I କୌଣସି ମୂଲ୍ୟବାନ ଘରୋଇ ଉପକରଣ କିଣିପାରନ୍ତି I ପରିବାର ସଦସ୍ୟଙ୍କ ପ୍ରତି ସ୍ନେହ ଭାବ ପୋଷଣ କରନ୍ତୁ I ପିଲାମାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବେ I ମାନସିକ ଶାନ୍ତି ରହିବ I
ବୃଷ : ଆପଣ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହି ଆନନ୍ଦିତ ହେବେ I କୌଣସି ବଡ଼ ଆର୍ଥିକ ଚିନ୍ତା ନେଇ ପରିବାର ସଦସ୍ୟ ଙ୍କ ସହ ଆଲୋଚନା କରିବେ I ସାଙ୍ଗମାନଙ୍କ ସହିତ ଭ୍ରମଣ ର ଆୟୋଜନ କରିବେ I ଘରର ଆର୍ଥିକ ବିଷୟ ପ୍ରତି ଅଧିକ ଧ୍ୟାନ ଦେବେ I ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି I ତୁମେ ଭାଇ ଓ ଭଉଣୀମାନଙ୍କର ସମର୍ଥନ ପାଇବ I ଶତ୍ରୁ ପରାସ୍ତ ହେବେ I ବ୍ୟବସାୟ ବୃଦ୍ଧି ପାଇବ I
ମିଥୁନ : ଆଜି ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ଏଥିରେ ସାମାନ୍ୟ ବିଳମ୍ବ ହେବ, କିନ୍ତୁ ସେହି ପରିପ୍ରେକ୍ଷୀରେ ଉଦ୍ୟମ ଜାରି ରଖିବା ଦ୍ୱାରା ଆମେ ସେଗୁଡ଼ିକୁ ସଂପୂର୍ଣ୍ଣ କରିବାକୁ ସମର୍ଥ ହେବୁ I ଆର୍ଥିକ ଘଟଣାରେ ସମସ୍ୟା ହୋଇପାରେ | ଚାକିରି-ବ୍ୟବସାୟରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ I ପରିବାରରେ ସୁଖର ପରିବେଶ ରହିବ I
କର୍କଟ : ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ଆଜି ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ବହୁତ ଆନନ୍ଦ ରେ ସମୟ ଅତିବାହିତ ହେବ I କୌଣସି ସୁ ସମାଚାର ପାଇ ମନ ଖୁସି ହେବ I ବୈବାହିକ ଜୀବନରେ ମଧୁରତା ରହିବ I ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରଣ ଏବଂ ଆର୍ଥିକ ସ୍ଥିତି ମଜବୁତ ରହିବ I
ସିଂହ : ମାନସିକ ଚିନ୍ତା ଯୋଗୁଁ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେବ ଇବିବାଦ ରୁ ଦୁରେଇ ରୁହନ୍ତୁ I କୋର୍ଟ କଚେରୀ ମାମଲାରେ ସତର୍କ ରୁହନ୍ତୁ I ଭାବପ୍ରବଣତା ଦ୍ୱାରା ନିଜ ର ଗୁପ୍ତ କଥା ବାହାରେ ପ୍ରକାଶ କରନ୍ତୁ ନାହିଁ I ବୁଝି ବିଚାରି କାର୍ଯ୍ୟ କରନ୍ତୁ I
କନ୍ୟା : ଶାରୀରିକ ଓ ମାନସିକ ଭାବରେ ଆଜି ଖୁସିର ଦିନ ବୋଲି ପ୍ରମାଣିତ ହେବ I ବ୍ୟବସାୟୀ ଏବଂ ନିଯୁକ୍ତ ବ୍ୟକ୍ତିମାନେ ଆର୍ଥିକ ସୁବିଧା ପାଇବେ I ଅଧିକାରୀଙ୍କ ଖୁସି ହେତୁ ପଦୋନ୍ନତିର ସମ୍ଭାବନା ରହିଛି I ମନ ପସନ୍ଦ ର ଖାଦ୍ୟ ଖାଇବେ I ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି ହେବ I
ତୁଳା : ଆଜି ତୁମର କାମ ସହଜରେ ସମାପ୍ତ ହେବ I ସମାଜ ରେ ପ୍ରତିଷ୍ଠା ବୃଦ୍ଧି ପାଇବ I ଉଚ୍ଚ ଅଧିକାରୀଙ୍କ ତାରିଫ ଯୋଗୁଁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ବ୍ୟବସାୟୀମାନେ ବ୍ୟବସାୟ ଏବଂ ଆୟରେ ବୃଦ୍ଧି ପାଇବେ | ପାରିବାରିକ ଜୀବନ ସୁଖମୟ ହେବ I ଗୁରୁଜନ ମାନଙ୍କ ଆଶୀର୍ବାଦ ପାଇବେ I ସ୍ୱାସ୍ଥ୍ୟ ଭଲ ରହିବ I
ବିଛା :ଥକ୍କାପଣ ଅନୁଭବ କରିବେ I କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ I ସନ୍ତାନ ସନ୍ତତି କ୍ଷେତ୍ରରେ ଉନ୍ନତି ହେବ Iକର୍ମକ୍ଷେତ୍ରରେ ଅଧିକାରୀଙ୍କ ନକାରାତ୍ମକ ଆଚରଣ ମଧ୍ୟ ଆପଣଙ୍କ ଭିତରେ ନିରାଶା ସୃଷ୍ଟି କରିବ I ଆର୍ଥିକ ଦିଗଟି ସୁଦୃଢ ରହିବ I
ଧନୁ : ଅବାଞ୍ଛିତ ଘଟଣା, ଅସୁସ୍ଥତା, କ୍ରୋଧ ହେତୁ ତୁମର ମାନସିକ ଦୁଶ୍ଚିନ୍ତା ବଢିବ I କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ I ସରକାରୀ ଚାକିରିଆ ବିରୋଧୀ ପ୍ରବୃତ୍ତିରୁ ଦୂରରେ ରୁହନ୍ତୁ I ଖର୍ଚ୍ଚ କାଟ କରନ୍ତୁ Iଅତ୍ୟଧିକ ଖର୍ଚ୍ଚକୁ ବନ୍ଦ କରନ୍ତୁ I ଅନାବଶ୍ୟକ ବିବାଦ ରେ ଫସନ୍ତୁ ନାହିଁ I
ମକର : ନିଜ ବୃତି କୁ ନେଇ ଚିନ୍ତିତ ରହିବେ I ଚାକିରୀ କ୍ଷେତ୍ରରେ ଉତ୍ଥାନ ପତନ ହୋଇପାରେ Iଦିନଟି ସମ୍ପର୍କୀୟମାନଙ୍କ ସହିତ ମଜାଳିଆରେ ବିତାଇବ I ସୁଖୀ ଦାମ୍ପତ୍ୟ ଜୀବନ ବିତାଇବାକୁ ସମର୍ଥ ହେବେ I ବ୍ୟବସାୟ ବୃଦ୍ଧି କରିବାକୁ ସକ୍ଷମ ହେବେ I ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରୁ ଆର୍ଥିକ ଲାଭ ଏବଂ ସମ୍ମାନ ମିଳିବ I ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I ପିଲାମାନଙ୍କ ସହିତ ଖୁସିରେ ଦିନ କାଟିବେ I
କୁମ୍ଭ : ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବା ସହିତ ଆର୍ଥିକ ଲାଭ ମଧ୍ୟ ପାଇବେ I ପରିବାର ସଦସ୍ୟଙ୍କ ସହିତ ସ୍ନେହପୂର୍ଣ୍ଣ ଆଚରଣ ରହିବ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ଚାକିରି ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ପାଇବେ I ଘରେ ଆନନ୍ଦ ଏବଂ ଉତ୍ସାହର ପରିବେଶ ରହିବ I
ମୀନ : ସୃଜନଶୀଳ କାର୍ଯ୍ୟରେ ରୁଚି ବଢିବ I ପ୍ରିୟଜନଙ୍କ ସହିତ ସମୟ ଭଲରେ କାଟିବ I ପ୍ରକୃତିରେ ଅଧିକ ଭାବପ୍ରବଣତା ଏବଂ ସମ୍ବେଦନଶୀଳତା ରହିବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ବିଦ୍ୟାର୍ଥୀ ମାନେ ପଢା ପଢ଼ିରେ ଉନ୍ନତି କରିବେ I ବୁଝି ବିଚାରି କଥାବାର୍ତ୍ତା କରନ୍ତୁ I