ବିଜେପି ଛାଡିଲେ ଏକାମ୍ର ଭୁବନେଶ୍ବର ନେତା ଅମୀୟ ଦାଶ

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ଏକାମ୍ର ଭୁବନେଶ୍ବରର ବରିଷ୍ଠ ନେତା ଅମୀୟ ଦାଶ। ସେ ଆଜି ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅମୀୟ ୨୦୧୪ରେ ବିଜେପି ଟିକେଟରୁ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ଏହାପରେ ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀଙ୍କ ଆର୍ବିଭାବ ପରେ ତାଙ୍କର ପତିୟାରାକୁ ଅପରାଜିତା ଖସାଇ ଦେଇ ବାବୁ ସିଂଙ୍କୁ ଆଗକୁ ଆଣିଥିଲେ। ଅପରାଜିତା ୨୦୧୯ ରେ ବାବୁ ସିଂଙ୍କୁ ଟିକେଟ ଦେବା ପରେ ଅମୀୟ ଅସନ୍ତୁଷ୍ଠ ଥିଲେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରିଥିଲେ। ହେଲେ ଏଥର ମଧ୍ୟ ଅମୀୟଙ୍କୁ ଟିକେଟ ମିଳିଲା ନାହିଁ। ଅମୀୟଙ୍କୁ ଦଳ ରାଜ୍ୟ ଉପସଭାପତି କରିବା ସହିତ ପୁରୀ ଲୋକସଭା ପାଇଁ ପ୍ରଭାରୀ ଅଛନ୍ତି। ଅନ୍ୟପକ୍ଷରେ ସେ ଦୀର୍ଘବର୍ଷ ଧରି ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ହେଲେ ଦଳ ତାଙ୍କୁ ନ ପଚାରିବାରୁ ସେ ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେଡିରେ ମିଶିବେ ବୋଲି କୁହାଯାଉଛି।

election newsToday's news
Comments (0)
Add Comment