ଆଜି ର ରାଶିଫଳ

ରାଶିଫଳ ମାର୍ଚ୍ଚ ୬ , ୨୦୨୨ : ଏହି ୪ ଟି ରାଶି ପାଇଁ ରବିବାର ଦିନ ଶୁଭଙ୍କର ହେବାକୁ ଯାଉଛି, ଶୁଭ ଖବର ମିଳିବI ସହିତ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ I ରବିବାର ଦିନ କୌଣସି ଯୋଜନାରେ ହାତ ରଖିବା ପୂର୍ବରୁ, ଭଲ ଭାବରେ ଚିନ୍ତା କରନ୍ତୁ I ଭୁଲ ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ I ସ୍ୱାସ୍ଥ୍ୟ ଭଲ ରହିବ I ପରିବାର ସଦସ୍ୟଙ୍କଠାରୁ ଭଲ ଖବର ଶୁଣିବାକୁ ପାଇବେ I

ମେଷ: ମଧୁର ଵ୍ୟଵହାର କରି ସମସ୍ତଙ୍କ ମନ କିଣିବେ I ବୃତ୍ତିଗତ ଜୀବନରେ ପରିସ୍ଥିତି ଆପଣଙ୍କ ଇଚ୍ଛା ଅନୁଯାୟୀ ହେବ I ବନ୍ଦ ହୋଇଯାଇ ଥିବା କାର୍ଯ୍ୟ ଗୁଡିକ ସଂପୂର୍ଣ୍ଣ ହୋଇପାରିବ I ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I

ବୃଷ : ଶୁଭ ଖବର ପାଇବେ I ଆୟର ଅନ୍ୟ ଏକ ଉତ୍ସ ପାଇ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆସିବ I କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ କାମ କରିବା ସମୟରେ ସାବଧାନ ରୁହନ୍ତୁ I ସାମାଜିକ ପ୍ରତିଷ୍ଠା ବଢିବ I

ମିଥୁନ: ଦିନ ଟି ମିଶ୍ରିତଫଳ ଦେବ I ଆପଣଙ୍କ ବ୍ୟକ୍ତିତ୍ୱ ସାମାଜିକ ସ୍ତରରେ ଆଦୃତ ହେବ I ଭାବି ଚିନ୍ତି କୌଣସି ଯୋଜନା ରେ ହାତ ଦିଅନ୍ତୁ I ବ୍ୟବସାୟୀ ମାନେ ଗ୍ରାହକଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ I କାର୍ଯ୍ୟ ସ୍ଥଳରେ ତପ୍ରତ୍ୟେକ ଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ I

କର୍କଟ: ବିଚଳିତ ହୁଅନ୍ତୁ ନାହିଁ I ଆପଣ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହେବେ I ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ , ଅସୁବିଧା ସହଜ ହେବ I ଯୁବକମାନେ କ୍ୟାରିଅରରେ ବଡ଼ ସଫଳତା ପାଇପାରିବେ I ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବ I

ସିଂହ :ଆପଣଙ୍କ ଦିନ ବ୍ୟସ୍ତତାରେ ପରିପୂର୍ଣ୍ଣ ହେବ I ଆର୍ଥିକ ପ୍ରସଙ୍ଗରେ ତୁମେ ଲାଭ ବାନ ରହିବେ I ନୂତନ ଚାକିରି ଖୋଜୁଥିଲେ ସଫଳତା ପାଇବା ପାଇଁ ସମସ୍ତ ସମ୍ଭାବନା ଅଛି Iପରିବାର ର କନିଷ୍ଠ ସଦସ୍ୟମାନେ ଆପଣଙ୍କୁ ସାହାଯ୍ୟ କରିବେ I ପାରିବାରିକ ସମ୍ପର୍କ ରେ ସନ୍ତୁଳନ ରକ୍ଷା କରନ୍ତୁ I

କନ୍ୟା : ଦିନଟି ସୁନ୍ଦର ହେବ I ସ୍ୱଳ୍ପ ପୁଞ୍ଜି ବିନିଯୋଗ ଭବିଷ୍ୟତ ପାଇଁ ଲାଭଦାୟକ ହୋଇପାରେ I ସହଭାଗୀତା ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ I ମହିଳାମାନେ ଘର କାମରେ ଅଧିକ ବ୍ୟସ୍ତ ରହିବେ I ପରିବାର ସଦସ୍ୟଙ୍କଠାରୁ ଖୁସି ଖବର ପାଇବେ I

ତୁଳା : ରବିବାର ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ I କଠିନ ପରିଶ୍ରମର କରି ଆପଣ ପ୍ରତିକୂଳ ପରିସ୍ଥିତିକୁ ଦୂର କରିବେ I ସମ୍ପତ୍ତି ବାଡ଼ି ଚୁକ୍ତି ଉପରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହୋଇପାରେ I ସତର୍କତାର ସହିତ ରୋଜଗାର ଅର୍ଥ ଖର୍ଚ୍ଚ କରନ୍ତୁ I ପାରିବାରିକ ସମ୍ପର୍କ ଉତ୍ତମ ରହିବ Iଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ I

ବିଛା: ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ I ଆପଣ ଘରେ ରହି ଅଧିକାଂଶ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ I ବ୍ୟବସାୟୀ ମାନଙ୍କ ପାଇଁ ସମୟ କଠିନ ହୋଇପାରେ, କିନ୍ତୁ ନିରାଶ ହୁଅନ୍ତୁ ନାହିଁ I ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ପାଇବେ I ଶ୍ୱଶୁର ଘର ତରଫରୁ ଖୁସି ଖବର ମିଳିବ I

ଧନୁ : ସ୍ୱପ୍ନ ସାକାର ହେବ I ଆର୍ଥିକ ଦିଗ ଟି ଦୃଢ ହେବ I ଅନଲାଇନରେ ସପିଂ କରିବେ I ଅଧିକ ଲାଭ ପାଇବା ଆଶାରେ କୌଣସି ଅନୈତିକ କାର୍ଯ୍ୟ କରନ୍ତୁ ନାହିଁ I ସମ୍ପର୍କୀୟ ଙ୍କୁ ସାହାଯ୍ୟ କରିବେ I

ମକର: କାର୍ଯ୍ୟରେ ଧୀରେ ଧୀରେ ଅଗ୍ରଗତି କରିବେ I ବ୍ୟବସାୟରେ ଲାଭର ସମ୍ଭାବନା ଅଛି I ବ୍ୟବସାୟୀମାନେ ବଡ଼ ବିନିଯୋଗରୁ ଦୂରେଇ ରହିବା ଆବଶ୍ୟକ I ପରିବାରରେ ସୁଖର ବାତାବରଣ ରହିବ I

କୁମ୍ଭ: ନିଜ ଇଚ୍ଛାକୁ ଅନ୍ୟମାନଙ୍କ ଉପରେ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ I ପ୍ରଶାସନ ସହ ଜଡିତ କାର୍ଯ୍ୟ ସହଜରେ ହେଇଯିବ I ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ବ୍ୟବସାୟିକ କାର୍ଯ୍ୟକଳାପ ଦୁର୍ବଳ ରହିବ I ଭଲ ଲୋକଙ୍କ ସହିତ ସମ୍ପର୍କ ଗଠନ ହେବ ଆପଣଙ୍କ ଉପରେ ପିତା ମାତା ଙ୍କ ବିଶ୍ୱାସ ଅତୁଟ ରହିବ I

ମୀନ : ରବିବାର ଆପଣଙ୍କ ପାଇଁ ସୁଖ ଏବଂ ଶାନ୍ତିରେ ପରିପୂର୍ଣ୍ଣ ହେବ I ବ୍ୟବସାୟରେ ଜନସମ୍ପର୍କକୁ ଅଧିକ ଶକ୍ତିଶାଳୀ କରନ୍ତୁ ଚାକିରୀ କରୁଥିବା ଲୋକଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି I ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ I