ଆଜି ର ରାଶିଫଳ

୨୯ ନଭେମ୍ବର ୨୦୨୧ : ସୋମବାର ଦିନ ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅନ୍ତୁ, ପେଟ ସମ୍ବନ୍ଧୀୟ ରୋଗ କଷ୍ଟ ଦେଇପାରେ I ଆସନ୍ତୁ ଜାଣିବା କେଉଁ କେଉଁ ରାଶି ରେ କଣ ରହିଛି :

ସୋମବାର, ମିଥୁନ ରାଶିର ଲୋକମାନେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଉଚିତ୍ Iସେମାନଙ୍କର ପେଟ ସମ୍ବନ୍ଧୀୟ ରୋଗ ହୋଇପାରେ I କୁମ୍ଭ ରାଶି ର ବ୍ୟକ୍ତି ମାନେ ନିଜର ସମଝଦାରୀ ଦେଖIଇ ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ I

ମେଷ: ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି I ପରିବାର ପକ୍ଷରୁ ସୁଖର ପରିସ୍ଥିତି ଆସିବ I ଆପଣ ଏପରି କୌଣସି କାର୍ଯ୍ୟ ଶୈଳୀରେ ଆପଣଙ୍କ ପରିବାରର ନାମକୁ ଉଜ୍ଜ୍ୱଳ କରିବେ I ଅଟକି ରହିଥିବା ଟଙ୍କା ଫେରସ୍ତ ହେବ ଏବଂ କୌଣସି ସଂଚୟ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି I

ବୃଷ: ଆପଣ ଆଜି ଉଚ୍ଚ ସମ୍ମାନ ସହିତ ଚାକିରିରେ ଆପଣ ସଫଳତା ପାଇବେ ଇ ଅଫିସ ରେ ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା ହେବ I ପିଲାଙ୍କ ତରଫରୁ ଏକ ପ୍ରଶଂସନୀୟ କାର୍ଯ୍ୟ ହେବ I ଆପଣ ସାଙ୍ଗ କିମ୍ବା ପରିବାର ସହିତ ଏକ ଭଲ ଯାତ୍ରା କରିବେ, ପରସ୍ପର ସହିତ ଭଲ ସମୟ ଅତିବାହିତ କରିବେ ଇବନ୍ଧୁ ଘର ଭ୍ରମଣ କରିବେ ଇ ପାରିବାରିକ ବିବାଦ ରୁ ଦୁରେଇ ରୁହନ୍ତୁ I

ମିଥୁନ: ଛାତ୍ରମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ | କାହାକୁ ଉଧାର ଦେବା ଠାରୁ ଦୂରେଇ ରୁହନ୍ତୁ I ବ୍ୟବସାୟ ଏବଂ ଟଙ୍କା ପାଇଁ ଦିନ ଟି ମିଶ୍ରିତ ଫଳ ଦେବ I ପେଟରେ ସମସ୍ୟା ଦେଖାଦେବ I ଖାଦ୍ୟ ଏବଂ ପାନୀୟର ଟିକିଏ ଯତ୍ନ ନିଅନ୍ତୁ ନଚେତ୍ ଗ୍ୟାସ୍ ଯୋଗୁଁ ଦିନଚର୍ଯ୍ୟା ରେ ବ୍ୟାଘାତ ହୋଇପାରେ I ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି I

କର୍କଟ: ଆପଣଙ୍କ ପ୍ରତିଭା ରୁ ଆପଣଙ୍କ ଭାଗ୍ୟ ପ୍ରଶସ୍ତ ହେବ ଏବଂ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବ I ପ୍ରେମ ସଂପର୍କରେ ସମ୍ବେଦନଶୀଳତା ଦେଖାଯିବ, ତେଣୁ ଆପଣ ଭାବି ଚିନ୍ତା କଥା ବାର୍ତା କରନ୍ତୁ I ଆପଣଙ୍କ ସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ ର କଥାବାର୍ତା କରନ୍ତୁ ଇ ଦିନଟି ଭଲ ରେ ଯିବ ଇ

ସିଂହ : ଅନେକ ଲୋକଙ୍କ ସହ ବାର୍ତ୍ତାଳାପ ଦ୍ୱାରା ମଧୁର ସମ୍ପର୍କ ସୃଷ୍ଟି ହେବ I କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ I ଆପଣଙ୍କ ଉପରେ ଯେ କୌଣସି ପ୍ରକାରର ସତ୍ୟ କିମ୍ବା ମିଥ୍ୟା ଅଭିଯୋଗ ମଧ୍ୟ କରାଯାଇପାରେ I ଆପଣ ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ, ଯେଉଁମାନେ ଆପଣଙ୍କୁ କାର୍ଯ୍ୟରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ କରିବେ I

କନ୍ୟା : ସ୍ୱାସ୍ଥ୍ୟ ଭଲ ରହିବ ଅନ୍ୟମାନଙ୍କ ସହିତ ମଧୁର ଆଚରଣ ହେବ I ବିଦେଶ ଭ୍ରମଣରେ ସମୟ ଅତି ବାହିତ କରିବେ I କୌଣସି କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି I ଟଙ୍କା ବିନିଯୋଗ ପାଇଁ ଦିନଟି ଭଲ I ଆପଣ କୌଣସି ପଲିସୀ ରେ ଟଙ୍କା ବିନିଯୋଗ କରିପାରିବେ,କିମ୍ବା ସେୟାର ବଜାରରେ ଅଂଶୀଦାର କରିପାରିବେ ଇ

ତୁଳା : ଚତୁରତା ଦେଖାଇ ଆପଣ କାର୍ଯ୍ୟରେ ସଫଳ ହୋଇପାରିବେ I ଅତ୍ୟଧିକ କ୍ରୋଧ ସମସ୍ୟାକୁ ବଢ଼ାଇଦେବ I ପିଲାମାନଙ୍କର ସାହାଯ୍ୟରେ ସୁଖ ବୃଦ୍ଧି କରିବ I ଇଶ୍ବରଙ୍କ ଉପରେ ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବ I ଏକାଡେମିକ୍ ସାମ୍ନାରେ ନିରନ୍ତର ପ୍ରୟାସ ହେତୁ, ଆପଣ କିଛି ବିଶେଷ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇପାରିବେ |
ବିଛା: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ I ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ ହେବ I ଆପଣ ମାଙ୍ଗଳିକ କାର୍ଯ୍ୟ ରେ ଅଂଶଗ୍ରହଣ କରି ସୌଭାଗ୍ୟ ଲାଭ କରିବେ , ଯେଉଁଥିପାଇଁ ଆପଣ ଆପଣଙ୍କର ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇବେ I ଆର୍ଥିକ ଦୃଷ୍ଟିରୁ ସନ୍ତୋଷଜନକ ସ୍ଥିତି ରହିବ I

ଧନୁ : ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ I ଆପଣଙ୍କର ମାନସିକ ଅବସାଦ ଆଜି ଶେଷ ହେବ ଏବଂ ଆପଣ ସବୁ ଦିଗରୁ ଭଲ ଖବର ପାଇବେ I ପ୍ରଗତି ପାଇବା ପାଇଁ ଆପଣ କଠିନ ପରିଶ୍ରମ କରିବେ | ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି I କାର୍ଯ୍ୟରେ ଏକ ଲାଭଜନକ ପରିସ୍ଥିତି ଆସିବ I

ମକର : ଆପଣ ବୁଲିବା ପାଇଁ ଘରୁ ବାହାରକୁ ଯିବେ, ଯାହା ଆପଣଙ୍କୁ ବହୁତ ମନୋରଞ୍ଜନ ଦେବ I କାର୍ଯ୍ୟରେ ଆପଣ ପୂର୍ଣ୍ଣ ସହଯୋଗ ପାଇବେ I ଋତୁକାଳୀନ କୌଣସି ରୋଗ ର ଶିକାର ହେଇ ପାରନ୍ତି I ପ୍ରେମ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ଅଟେ I

କୁମ୍ଭ: କିଛି ପୁରୁଣା ବିଷୟରେ ସହକର୍ମୀମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ I ତେଣୁ, ଯତ୍ନର ସହ କାର୍ଯ୍ୟ କରନ୍ତୁ ଏବଂ ବିବାଦରୁ ଦୂରେଇ ରୁହନ୍ତୁ I ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ହୋଇପାରେ I ଯଦି ଆପଣ ନିଜ ସାଥୀଙ୍କ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତି ତେବେ ଏହା ଭଲ ହେବ କୌଣସି ଯୁକ୍ତି ତର୍କରେ ପଡନ୍ତୁ ନାହିଁ I

Comments (0)
Add Comment