ଆଜି ର ରାଶିଫଳ

ରାଶିଫଳ ଫେବୃଆରୀ ୧୦, ୨୦୨୨ : ଏହି ରାଶିର ବ୍ୟକ୍ତିମାନେ ଆଜି କାହା ସହିତ ବିବାଦ ରେ ପଡନ୍ତୁ ନାହିଁ I ଗୁରୁବାର ଦିନ, ସିଂହ ରାଶି ଥିବା ବ୍ୟକ୍ତି ମାନେ ଭଲ ଖବର ପାଇବେ I ତୁଳା ରାଶିର ବ୍ୟକ୍ତି ଙ୍କ ପାଇଁ ଆର୍ଥିକ ଦୃଷ୍ଟି ରୁ ଦିନଟି ଅତ୍ୟନ୍ତ ଶୁଭଙ୍କର I

ମେଷ: ପ୍ରେମ ସମ୍ପର୍କରେ ଉତ୍ଥାନ ପତନ ହେବ I ଆପଣଙ୍କ ନିକଟତର ଲୋକଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ I ଜୀବନ ସାଥୀଙ୍କ ସମର୍ଥନ ମିଳିବ କୌଣସି କାରଣ ପାଇଁ ବିରକ୍ତି ପ୍ରକାଶ କରିବେ I

ବୃଷ: ଦାମ୍ପତ୍ୟ ଜୀବନ ସୁଖୀ ହେବ I ଆଧ୍ୟାତ୍ମିକ ସଂଗଠନ ର୍ରେ ଯୋଗ ଦେବେ I ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ I ପାଖ ଲୋକଙ୍କ ଉପରେ ଆପଣଙ୍କ ବ୍ୟକ୍ତିତ୍ୱ ର ପ୍ରଭାବ ପଡିବ I

ମିଥୁନ: ବୈବାହିକ ଜୀବନ ସୁଖୀ ହେବ I ପାରିବାରିକ ବୁଝାମଣା ଉତ୍ତମ ରହିବ I ବନ୍ଧୁମାନଙ୍କ ନିକଟ ରେ ଖୋଲାଖୋଲି ଭାବରେ ମନ କଥପ୍ରକାଶ କରନ୍ତୁ I

କର୍କଟ: ପରିବାର ସଦସ୍ୟଙ୍କ ସହିତ ଆନ୍ତରିକତା ବୃଦ୍ଧି ପାଇବ I ଆଭିମୁଖ୍ୟରେ ଅଧିକ ସମ୍ବେଦନଶୀଳ ହେବେ I ତୁମର ମାନସିକ ଅସ୍ଥିରତା ଦେଖାଦେବ I ନିଜ ଲୁକ୍ କିମ୍ବା ପୋଷାକରେ ପରିବର୍ତ୍ତନ କରିବେ ଇ

ସିଂହ : ପ୍ରେମ ସମ୍ପର୍କ ରେ କୌଣସି ପ୍ରକାରର ମତଭେଦ ସହଜରେ ସମାଧାନ ହେବ I ଏହା ସହିତ, ଆପଣ ପରିବାର ସଦସ୍ୟଙ୍କ ସାହାଯ୍ୟ ଏବଂ ସହାୟତା ପାଇବେ I ପରିବାରରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେଇପାରେ I ଶୁଭ ଖବର ପାଇବେ I

କନ୍ୟା : କୌଣସି ବିବାଦ ବା ବିତର୍କରେ ପଡନ୍ତୁ ନାହିଁ I ପରିବାର ସଦସ୍ୟଙ୍କ ସହିତ ଅଶାନ୍ତି ରୁ ଦୂରରେ ରହନ୍ତୁ I କ୍ରୋଧ ତ୍ୟାଗ କରି ମନକୁ ନିୟନ୍ତ୍ରଣରେ ରଖନ୍ତୁ I ବ୍ୟବସାୟ ବୃଦ୍ଧି ପାଇଁ ଦିନଟି ଭଲ I

ତୁଳା : ମଧୁର ବ୍ୟବହାର ଦ୍ୱାରା ଆତ୍ମୀୟ ଙ୍କ ହୃଦୟ ଜିତିବାକୁ ସମର୍ଥ ହେବ I ବୈବାହିକ ଜୀବନ ଭଲ ହେବ I ଆପଣ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ପାଇବେ I ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଗୁରୁବାର ବହୁତ ଭଲ ଦିନ I

ବିଛା: ପରିବାର ସଦସ୍ୟଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି I ଅହଂକାରର ଦ୍ୱନ୍ଦ୍ୱ ବୈବାହିକ ସମ୍ପର୍କରେ ଉତ୍ତେଜନା ସୃଷ୍ଟି କରିପାରେ I ଗମ୍ଭୀର ଯୁକ୍ତିରୁ ଦୂରେଇ ରୁହନ୍ତୁ I ଗୁଜବ ରେ ବିଶ୍ୱାସ ନ କରି ସ୍ପଷ୍ଟ ଭାବରେ କଥାବାର୍ତା କରି ସମସ୍ୟା ର ସମାଧାନ କରନ୍ତୁ I

ଧନୁ : ସ୍ନେହପୂର୍ଣ୍ଣ ମୂହୁର୍ତ୍ତରେ ଖୁସିର ଆଲୋକ ଦେଖାଯିବ I ପୁରୁଣା କଥାକୁ ଭୁଲି ଆଗକୁ ବଢିବେ I ଆପଣ ନୂତନ ବନ୍ଧୁ ଙ୍କ ସହିତ କୌଣସି ଭଲ କାର୍ଯ୍ୟକ୍ରମରରେ ଯୋଗ ଦେଇ ପାରନ୍ତି I ପାରିବାରିକ ବନ୍ଧୁ ଆପଣଙ୍କ ପାଇଁ ପଥପ୍ରଦର୍ଶକ ହେବେ I

ମକର : ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ I ଆନ୍ତରିକତା ବଢିବ I ଦାମ୍ପତ୍ୟ ଜୀବନରେ ସୁଖୀ ହେବେ I ଚାପରୁ ମୁକ୍ତ ହେବ ପାଇଁ ଏବଂ ସାଙ୍ଗମାନଙ୍କ ସହିତ ମନୋରଞ୍ଜନ କରି ପାରନ୍ତି I

କୁମ୍ଭ: ଆଜି ଭୁଲ ବୁଝାମଣାର ଶିକାର ହେବେ I ଭିତ୍ତିହୀନ କଥାରେ ମାନସିକ ଆଘାତ ଲାଗିବ I ବ୍ୟକ୍ତିଗତ ସମ୍ପର୍କରେ ଅବିଶ୍ୱାସ ବଢିବ I କୌଣସି ଫାଲତୁ କଥାକୁ ଭୃକ୍ଷେପ କରନ୍ତୁ ନାହିଁ Iସବୁଠାରୁ ଭଲ ହେବ ସମୟ ସହିତ ତାଳ ଦେଇ ଚାଲନ୍ତୁ I

ମୀନ : ପାରିବାରିକ ଜୀବନ ସନ୍ତୋଷଜନକ ହେବ ଏବଂ ଆପଣଙ୍କ ଜୀବନ ସାଥୀ ଆପଣଙ୍କର ସାହାଯ୍ୟକାରୀ ବୋଲି ପ୍ରମାଣିତ ହେବେ I ଦାମ୍ପତ୍ୟ ଜୀବନ ରେ ଏକ ସୁନ୍ଦର ମୋଡ଼ ଆସିବ I ସାଙ୍ଗମାନଙ୍କ ସହିତ ନିଜର ଅଭିଜ୍ଞତା ବାଣ୍ଟିବେ I

Comments (0)
Add Comment