ଆଜି ର ରାଶିଫଳ

ରାଶିଫଳ ୨୪-୦୫-୨୦୨୨ ମଙ୍ଗଳବାର : ମେଷ ରାଶିର ବ୍ୟକ୍ତି ମାନଙ୍କର ଅଚାନକ ଧନପ୍ରାପ୍ତି ହେବ I ବୃଷ ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ଲାଭ ଜନକ ସ୍ଥିତିରେ ରହିବେ I କର୍କଟ ରାଶିର ବ୍ୟକ୍ତିମାନଙ୍କର ପାରିବାରିକ ବିବାଦ ଦେଖାଦେଇ ପାରେ I କୁମ୍ଭ ରାଶିର ବ୍ୟକ୍ତିମାନେ ଭାଗ୍ୟବାନ ହେବେ I

ମେଷ : ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ ଇଅଛନ୍ତ ଧନ ଲାଭ ର ଯୋଗ ରହିଛି I ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଉତ୍ତମ I କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢିବ I ସୃଜନଶୀଳ କାର୍ଯ୍ୟ ପାଇଁ ସମୟ ଭଲ ଅଟେ I କିଛି ଅଜ୍ଞାତ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହୋଇପାରିବ I

ବୃଷ : ଆଜି ନିଜକୁ ଆର୍ଥିକ ଭାବରେ ଶକ୍ତିଶାଳୀ ଅନୁଭବ କରିବେ I କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ I ବ୍ୟବସାୟ ରେ ଲାଭ ଜନକ ସ୍ଥିତିରେ ରହିବେ I ସାମାଜିକ ସ୍ତରରେ ମାନ ସମ୍ମାନ ପ୍ରାପ୍ତ ହେବ I ଗୁରୁଜନ ଙ୍କ ଆଶୀର୍ବାଦ ମିଳିବ I

ମିଥୁନ : ଆଜି ବିରୋଧୀ ଏବଂ ଅଧିକାରୀଙ୍କ ସହ କୌଣସି ପ୍ରକାରର ଯୁକ୍ତିତର୍କ କରନ୍ତୁ ନାହିଁ I ଆନନ୍ଦ-ପ୍ରମୋଦ ସହିତ ଜଡିତ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ I ବ୍ୟବସାୟ କ୍ଷେତ୍ରରେ ପରିବେଶ ଭଲ ରହିବ I ଆପଣ ଆଜି ମାନସିକ ସ୍ତରରେ ଖୁସି ରହିବେ I ଉଚ୍ଚ ଅଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ I ଆର୍ଥିକ ସମୃଦ୍ଧି ପାଇଁ ଆଜି ଏକ ଉତ୍ତମ ଦିନ I ପାରିବାରିକ ଜୀବନ ସୁଖମୟ ହେବ I

କର୍କଟ : ଆଜି ଦିନଟି ଭଲ ରେ କଟିବ I ପରିବାରର ଜଣେ ସଦସ୍ୟଙ୍କ ସହ କିଛି ବିବାଦ ହୋଇପାରେ I କୌଣସି କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ ନକରିବା ଭଲ ହେବ I ବିଦ୍ୟାର୍ଥିମାନେ ଆଜି ପରୀକ୍ଷାରେ ଭଲ ଫଳାଫଳ ପାଇପାରିବେ I କାର୍ଯ୍ୟ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ ଇ ଚାକିରୀ ବଦଳାଇବାକୁ ମନସ୍ଥ କରିବେ I

ସିଂହ : ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ I

କନ୍ୟା : ଦିନଟି ଅନୁକୂଳ ରହିବ I କୌଣସି କାର୍ଯ୍ୟରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଆପଣ କିଛି ନୂଆ କରିବେ I କାର୍ଯ୍ୟରେ ସଫଳତା ପାଇବେ I ଆର୍ଥିକ ଦିଗଟି ସୁଦୃଢ ରହିବା ସହିତ ସ୍ୱାସ୍ଥ୍ୟ ଭଲ ରହିବ I

ତୁଳା : ଆଜି ତୁମର ଦିନ ସ୍ୱାଭାବିକ ହେବ I ଅତ୍ୟଧିକ ପରିଶ୍ରମ ହେତୁ ଥକ୍କା ଅନୁଭବ କରିବେ I ପ୍ରବଳ କାର୍ଯ୍ୟଚାପ ବଢିବ I ଆତ୍ମବିଶ୍ଵାସୀ ହେବେ I ପରିବାର ରେ ଆନନ୍ଦ ଉଲ୍ଲାସ ଦେଖାଦେବ I

ବିଛା : ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଗୁପ୍ତ ବୈଠକ କରିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ଧନୁ : କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି I ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ Iବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଭୋଗ କରିବେ ।

କୁମ୍ଭ : ଆଜି ଆପଣ ଭାଗ୍ୟବାନ ହେବେ I ଅଜଣା ସୂତ୍ରରୁ ଅର୍ଥ ଲାଭ ହେବ I ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ I ହାତକୁ ନେଇଥିବା କାର୍ଯ୍ୟରେ ସଫଳତା ପାଇବେ I ଉଭୟ ଘର ଏବଂ କାର୍ଯ୍ୟାଳୟର ପରିବେଶ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ I

ମୀନ : ଧାର୍ମିକ କାର୍ଯ୍ୟ ପାଇଁ ଦିନଟି ଉତ୍ସର୍ଗୀକୃତ ହୋଇପାରେ I କାର୍ଯ୍ୟ କ୍ଷେତ୍ରରେ ଲାଗିରହିଥିବା ସମସ୍ୟା ସମାପ୍ତ ହେବ I କୌଣସି ସରପ୍ରାଇଜ ମିଳିବ I ପିତାମାତାଙ୍କ ସମର୍ଥନ ପାଇବା ସମ୍ଭାବନା ଅଛି I କାର୍ଯ୍ୟ କ୍ଷେତ୍ରରେ ପାରିବାରିକ ସହାୟତା ମିଳିବ I