ଆଜିର ରାଶିଫଳ

ରାଶିଫଳ ୧୭-୦୫-୨୦୨୨ ମଙ୍ଗଳ ବାର : ମେଷ ରାଶିର ବ୍ୟକ୍ତି ମାନେ ଆଧ୍ୟାତ୍ମିକ ବାଦୀ ହେବେ I ବୃଷ ରାଶିର ବ୍ୟକ୍ତିମାନେ ଆନନ୍ଦମୟ ଦିନ ଅତିବାହିତ କରିବେ I ବିଛା ରାଶିର ବ୍ୟକ୍ତି ମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ I ମକର ରାଶିର ବ୍ୟକ୍ତିମାନେ ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା ରିପାରନ୍ତି I

ମେଷ : ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ନିଆରା ଅନୁଭୂତି ପାଇବେ I ଆଜି ମଧ୍ୟ ଆଧ୍ୟାତ୍ମିକ ଚର୍ଚାରେ ସଫଳତା ପାଇବାର ସମ୍ଭାବନା ଅଛି I ଅନ୍ୟମାନଙ୍କ ପ୍ରତି ଘୃଣାର ଭାବନାକୁ ନିୟନ୍ତ୍ରଣ କରନ୍ତୁ I ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ଯଦି ସମ୍ଭବ, ଯାତ୍ରା ସ୍ଥଗିତ ରଖନ୍ତୁ I

ବୃଷ : ଦିନଟି ଆନନ୍ଦରେ କଟିବ I ଅଫିସ ରେ କାର୍ଯ୍ୟଭାର ବଢିବ ,ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ରହିବ I ପରିବାର ସହିତ ଦୂର ସ୍ଥାନ କୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି Iସାମାଜିକକ୍ରୟରେ ରୁଚି ବଢିବ I ପ୍ରିୟଜନ ଏବଂ ସାଙ୍ଗମାନଙ୍କ ସହିତ ସୁସ୍ୱାଦୁ ଭୋଜନ କରିବାର ସୁଯୋଗ ମିଳିବ Iହଠାତ୍ ଆର୍ଥିକ ଲାଭ ପାଇବେ I ବୈବାହିକ ଜୀବନ ସୁଖମୟ ହେବ I

ମିଥୁନ : ଦୀର୍ଘ ଦିନରୁ ପଡି ରହିଥିବା ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ I ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ଆପଣଙ୍କ ମନକୁ ଖୁସି ରଖିବ I ସ୍ୱାସ୍ଥ୍ୟ ଭଲ ରହିବ I ବ୍ୟବସାୟ ରେ ଆର୍ଥିକ ଲାଭ ହେବ I କାର୍ଯ୍ୟ କ୍ଷେତ୍ରରେ ବିତର୍କ ବଢିବ I ଏଥିପ୍ରତି ସତର୍କ ରହିବା ଆବଶ୍ୟକ I ସନ୍ତାନ ମାନେ ଉନ୍ନତି କରିବେ I

କର୍କଟ : ଦିନଟି ଶାନ୍ତିପୂର୍ଣ୍ଣ ଭାବରେ କଟିବ I କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ I ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ I ଯାନ ବାହନ ପଛରେ ଖର୍ଚ୍ଚ ହେବ I ପରିବାର ପ୍ରତି କର୍ତବ୍ୟ ବୋଧ ବଢିବ I

ସିଂହ : ସାମାନ୍ୟ ଅସୁସ୍ଥ ଅନୁଭବ କରିବେ I ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ହେତୁ ମନ ଭଲ ରହିବ ନାହିଁ । ପରିବହନ,ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । କଚେରୀ ମାମଲା, ଜମିଜମା ସମ୍ପର୍କିତ ବିବାଦୀୟ ଘଟଣାରେ ବିଜୟୀ ହେବେ ।

କନ୍ୟା : କର୍ମକ୍ଷେତ୍ରରେ ପରିବର୍ତନ ପାଇଁ ସାହସିକ ପଦକ୍ଷେପ ନେବେ। ଆର୍ଥିକ ଦିଗଟି ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ତୁଳା : ଆଜି ତୁମର ମନୋବଳ ଦୁର୍ବଳ ହେବ I କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ I କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି I ସାମାଜିକ ସ୍ତରରେ ମାନ ପ୍ରତିଷ୍ଠା ବଢିବ । ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ବିଛା : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ I ସମ୍ପର୍କୀୟଙ୍କଠାରୁ ଉପହାର ଗ୍ରହଣ କରାଯାଇପାରେ I କୌଣସି ସ୍ଥାନରୁ ଏକ ଭଲ ଖବର ପାଇବେ I ବନ୍ଧୁ ପରିବଙ୍କ ସହିତ ବାହାରକୁ ଯିବା ପାଇଁ ଏକ କାର୍ଯ୍ୟକ୍ରମ କରିବେ I

ଧନୁ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମକର : ଆପଣଙ୍କ ପାଇଁ ଶୁଭ ଦିନ ଟିଏ I ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ କଥାବାର୍ତ୍ତା ଚଳାଇ ପାରନ୍ତି I ଏଣୁ ଉଦ୍ୟମରେ ସଫଳତା ମିଳିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ବୈବାହିକ ଜୀବନ ସୁଖମୟ ରହିବ I

କୁମ୍ଭ : ଗୁରୁଜନ ଏବଂ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ I ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ Iଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ I ଆପଣ ମାନସିକ ସ୍ତରରେ ଆରାମ ପାଇବେ I ସ୍ୱାସ୍ଥ୍ୟ ଭଲ ରହିବ I ସମ୍ମାନ ବୃଦ୍ଧି ପାଇବ I ପାରିବାରିକ ଜୀବନ ରେ ସୁଖଦ ଅନୁଭୂତି ରହିବ I

ମୀନ : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।