ରାଶିଫଳ ୧୫-୦୪-୨୦୧୨ ରବିବାର : ଏହି ରାଶିର ବ୍ୟକ୍ତି ମାନଙ୍କର ଅଚାନକ ଧନଲାଭ ର ଯୋଗ ରହିଛି I ବୃଷ ରାଶି ର ବ୍ୟକ୍ତିମାନେ ଆଚରଣରେ ସଂଯମତା ରଖନ୍ତୁ I ତୁଳା ରାଶି ର ବ୍ୟକ୍ତି ମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ I ଯୋଜନାନୁଯାୟୀ କାର୍ଯ୍ୟ ସିଦ୍ଧି ହେବ I ମକର ରାଶି ବ୍ୟକ୍ତି ମାନଙ୍କର ଭ୍ରମଣ ଉତ୍ତମ ରହିବ I ମୀନ ରାଶି ର ବ୍ୟକ୍ତି ମାନଙ୍କର ଧନ ଲାଭ ସାଙ୍ଗକୁ ଧାର୍ମିକ କାର୍ଯ୍ୟରେ ମନ ଦେବେ I
ମେଷ : ଆଜି ଭାଗ୍ୟ ଆପଣଙ୍କ ସହିତ ରହିଛି I ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ହୋଇପାରନ୍ତି । ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ଫଳପ୍ରଦ ରହିବ । କିନ୍ତୁ ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ । ପାରିବାରିକ ଜୀବନ ରେ ସନ୍ତୁଷ୍ଟ ରହିବେ Iଜୀବନ ସାଥୀ ଙ୍କ ସହିତ ଭଲ ସମ୍ପର୍କ ରହିବ I
ବୃଷ : ଆଜି ତୁମର ବକ୍ତବ୍ୟ ଏବଂ ଆଚରଣକୁ ନିୟନ୍ତ୍ରଣ କରିବାକୁ ପଡିବ I ସ୍ୱାସ୍ଥ୍ୟରେ ଉନ୍ନତି ପରିଲଖିତ ହେବା ସାଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ । ବନ୍ଧୁମିଳନ ସାଙ୍ଗକୁ କଳା, ସାହିତ୍ୟ, ପ୍ରବଚନ,ଆଧ୍ୟାତ୍ମିକ ସଭା ସମିତିରେ ସମ୍ମାନିତ ହେବେ । ଆପଣଙ୍କ ସରଳ ଓ ମଧୁର ବ୍ୟବହାର ଅନ୍ୟମାନଙ୍କୁ ଖୁସି କରିବ ।
ମିଥୁନ : ସାହାରୀର ସାମାନ୍ୟ ଅସୁସ୍ଥ ରହିବ I କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିବେ I କୌଣସି ବିତର୍କରେ ପଡନ୍ତୁ ନାହିଁ ଅଯଥା ବଦନାମ ହେବାର ସମ୍ଭାବନା ଅଛି I ପିଲାମାନଙ୍କ ପାଇଁ ଅର୍ଥ ଖର୍ଚ କରିବେ I ବୈବାହିକ ଜୀବନ ସୁଖମୟ ରହିବ I ବିଦ୍ୟାର୍ଥିମାନେ ପଢାପଢି କୁ ନେଇ ଚିନ୍ତିତ ରହିବେ I
କର୍କଟ : ଆଜି ମନରେ କିଛି ଦ୍ୱନ୍ଦ୍ୱ ଦେଖାଦେବ I ଅଳସୁଆ ରହିବେ I ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ରହିଛି ଇ ତେଣୁ ସତର୍କ ରୁହନ୍ତୁ I ଆର୍ଥିକ ବ୍ୟୟ ଭାର ଯୋଗୁଁ ମନ ଭଲ ରହିବ ନାହିଁ I କର୍ମକ୍ଷେତ୍ରରେ ପରିବର୍ତନ ପାଇଁ ଯୋଜନା କରିବେ I
ସିଂହ : କର୍ମକ୍ଷେତ୍ରର ସକର୍ମୀଙ୍କ ସହଯୋଗ ମିଳିବ ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ । ରଚନାତ୍ମକ କାମ, ପରିବହନ, ବ୍ୟବସାୟ ସକାଶେ ଦିନଟି ବହୁତ ଭଲ । ପାରିବାରିକ ଜୀବନ ରେ ଖର୍ଚ୍ଚାନ୍ତ ହେବେ I
କନ୍ୟା : ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ ନାହିଁ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ ।
ତୁଳା : ଆପଣ ବ୍ୟବସ୍ଥିତ ଭାବରେ ଆର୍ଥିକ ଯୋଜନା ପ୍ରସ୍ତୁତ କରିବାକୁ ସମର୍ଥ ହେବେ I ଆଜି ଆପଣ କିଛି ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରହିପାରିବେ I ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବେ I କାର୍ଯ୍ୟକ୍ଷେତ୍ରରେ ଦୃଢ ଚିନ୍ତାଧାରା ରହିବ I ଆର୍ଥିକ ଅଭିବୃଦ୍ଧି ସହିତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ସନ୍ତାନଙ୍କ ଆନନ୍ଦ ଏବଂ ମନୋରଞ୍ଜନ ପାଇଁ ଅର୍ଥ ଖର୍ଚ୍ଚ କରିବେ I
ବିଛା : ଗାଡି ଚଳାଇବାବେଳେ ସାବଧାନ ରୁହନ୍ତୁ I କୌଣସି କଥାରେ ଦ୍ୱନ୍ଦ୍ୱ ଉପୁଜିପାରେ I ନିଜ ଲୋକଙ୍କ ବ୍ୟତୀତ କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ଅବଲମ୍ବନ ନ କଲେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ । ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ । ରପ୍ତାନୀ ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ଘଟିବାର ସୂଚନା ରହିଛି ।
ଧନୁ : ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
ମକର : ଆଜି ପ୍ରଚୁର ଆର୍ଥିକ ସହାୟତା ପାଇବେ । ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡିପାରେ। ଦୀର୍ଘ ଦିନର ସୁଚିନ୍ତିତ ନୂତନ ଗୃହ ବାଣିଜ୍ୟାରମ୍ଭ କରିପାରନ୍ତି। ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ। ଯାତ୍ରା ଅନୁକୂଳ ରହିବ I
କୁମ୍ଭ : ଆଜି ଦିନଟି ମିଶ୍ରିତ ଫଳଦେବ I ଆପଣ ଶାରୀରିକ ଭାବରେ ଅସୁସ୍ଥ ଅନୁଭବ କରିବେ I ଘରୋଇ କାର୍ଯ୍ୟରେ ଆଗ୍ରହ ପ୍ରକାଶ ପାଇବ ନାହିଁ I ସନ୍ତାନ ଙ୍କ ପାଇଁ ଅର୍ଥ ବ୍ୟୟ କରିବେ I ପିଲାମାନଙ୍କ ପାଢପଢିକୁ ନେଇ ଚିନ୍ତିତ ରହିବେ I
ମୀନ : ଆଜି ଧାର୍ମିକତା ଏବଂ ଆଧ୍ୟାତ୍ମିକତା ଦିଗରେ ମନ ବଳିବ I କାର୍ଯ୍ୟକ୍ଷେତ୍ରରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ I ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଯତ୍ନ ନେବାକୁ ପଡ଼ିବ I ଦୀର୍ଘ ଦିନ ର ଅସୁସ୍ଥତା ହେତୁ ଅଧିକ ଖର୍ଚ୍ଚ କରିବାର ସମ୍ଭାବନା ମଧ୍ୟ ଅଛି I ପରିବାର ସଦସ୍ୟଙ୍କ ସହଉତ୍ତମ ବ୍ୟବହାର କରନ୍ତୁ I ଅଚାନକ ଧାନ ଲାଭ ଆପଣଙ୍କ ମନର ଓଜନକୁ ହାଲୁକା କରିବ I ଚାକିରୀ କରୁଥିବା ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଉତ୍ତମ I