ଆଜି ର ରାଶିଫଳ

ରାଶିଫଳ ୧୧ ମଇ ୨୦୨୨ : ଆଜି ବିଘ୍ନହର୍ତା ଙ୍କ କୃପାରୁ ଏହି ରାଶି ର ବ୍ୟକ୍ତିମାନେ ବିଶେଷ ଉପକୃତ ହେବେ I ତୁଳା ଓ ବିଛା ରାଶି ର ବ୍ୟକ୍ତି ଙ୍କ ପାଇଁ ଦିନଟି ଶୁଭଙ୍କର ହେବ I ବୃଷ ରାଶିର ବ୍ୟକ୍ତିମାନେ ସରକାରୀ କାର୍ଯ୍ୟରେ ସଫଳତା ପାଇବେ I କନ୍ୟା ରାଶିର ବ୍ୟକ୍ତିମାନେ ସହକର୍ମୀଙ୍କ ସହିତ ବିତର୍କରୁ ଦୁରେଇ ରୁହନ୍ତୁ I

ମେଷ : ଜିଦ୍ଖୋର ନ ହୋଇ ବୁଝି ବିଚାରି କାର୍ଯ୍ୟ କରନ୍ତୁ I ସମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି I ପରିଶ୍ରମ ଅନୁଯାୟୀ ସଫଳତା ମିଳିବ ନାହିଁ I ପିଲାମାନଙ୍କ ପ୍ରସଙ୍ଗରେ ଚିନ୍ତା ହେବ I ସ୍ଥାୟୀ ରୋଜଗାର ର ଯୋଜନା କରିବେ I ଦୂର ଯାତ୍ରା ସ୍ଥଗିତ ରଖନ୍ତୁ I ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବେ I

ବୃଷ : ସରକାରୀ କାର୍ଯ୍ୟରେ ସଫଳାତା I ଦୃଢ ଆତ୍ମବିଶ୍ୱାସ ଏବଂ ଅଦମ୍ୟ ମନୋବଳ ସହିତ ଆପଣ ସମସ୍ତ କାର୍ଯ୍ୟ କରିବାକୁ ସମର୍ଥ ହେବେ I ପୈତୃକ ସମ୍ପତ୍ତିରୁ ଲାଭ ମିଳିବ I ସରକାରୀ କିମ୍ବା ଆର୍ଥିକ କାରବାର ଉପକୃତ ହେବ | ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ I କଳାକାରମାନେ କ୍ରୀଡ଼ା ଏବଂ କଳା କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ I ମାନସିକ ଶାନ୍ତି ଲାଭ କରିବେ I

ମିଥୁନ: ନୂତନ ଯୋଜନା ପାଇଁ ଦିନଟି ଶୁଭଙ୍କର I ପରିଶ୍ରମ ଅନୁଯାୟୀ ଫଳ ପାଇବେ । ସତ୍ୟର ଅନୁସନ୍ଧିତ୍ସୁ ହୋଇପାରନ୍ତି। ନିଜ ପରିବାର ପ୍ରତି ଅନୁରକ୍ତି ରହିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଦେବ ଦର୍ଶନ ସୌଭାଗ୍ୟ ଅଛି।

କର୍କଟ : ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ଆଖି ରେ କିଛି ସମସ୍ୟା ଦେଖାଦେଇ ପାରେ ଇ ପରିବାର ସଦସ୍ୟ ଙ୍କ ସହିତ ଭୁଲ ବୁଝାମଣା ରହିବ I

ସିଂହ: ଆଶାବାଦୀ ହେବେ। ଆଜି ପରିଶ୍ରମ ଅନୁଯାୟୀ ଫଳ ପାଇବେ । ଚିନ୍ତାଧାରା ଉନ୍ନତମାନର ହେବ। ଭୋଜନ ରୁଚିପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ ଓ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ରହିବେ। ଭଲ ରୋଜଗାର ହେବ। ବନ୍ଧୁ ଦର୍ଶନ ଯୋଗ ରହିଛି I

କନ୍ୟା: କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବରେ। ମନରେ ବିରକ୍ତିଭାବ ଆସିପାରେ କର୍ମକ୍ଷେତ୍ରରେ ସହକର୍ମୀ ବିରୋଧ କରି ପାରନ୍ତି I ବିବାଦୀୟ ବିତର୍କରୁ ଓହରି ଆସିଲେ ଭଲ I ଅତିଥି ସତ୍କାରରେ ଧନବ୍ୟୟ ହେବ।

ତୁଳା : ଆଜି ର ଦିନ ଟି ଆପଣଂକ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ସମସ୍ତ କାର୍ଯ୍ୟରେ ସଫଳ ପ୍ରଦାନ କରିବ Iକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ବିଛା : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ I ବ୍ୟବସାୟ ସ୍ଥାନରେ ପରିବେଶ ଅନୁକୂଳ ହେବ I ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ପ୍ରତ୍ୟେକ କାର୍ଯ୍ୟ ଆଜି ସଫଳତାର ସହିତ ସମାପ୍ତ ହେବ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ଚାକିରିରେ ପଦୋନ୍ନତି ମଧ୍ୟ ହୋଇପାରେ I ଘରୋଇ ଜୀବନରେ ପିଲାମାନଙ୍କର ଅଗ୍ରଗତି ସହିତ ସନ୍ତୁଷ୍ଟ ଅନୁଭବ କରିବେ I

ଧନୁ: କର୍ମଚଞ୍ଚଳ ରହିବେ। ଧୈର୍ଯ୍ୟବାନ୍‌ ହେବେ। ମିଳିଥିବା କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ମନ ପ୍ରଫୁଲ୍ଲ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।

ମକର: ସନ୍ତାନମାନେ ଜ୍ଞାନୀ, ଗୁଣୀ ହୋଇପାରନ୍ତି। ପୁତ୍ର କିମ୍ବା ପୁତ୍ରବତ୍‌ ଧନ, ରତ୍ନ ମିଳିବାର ସମ୍ଭାବନା ଅଛି। ଆଶା ବୈତରଣୀ ହୋଇପାରେ। ଧନ କ୍ଷୟ ହୋଇପାରେ। ପରିଶ୍ରମ ବୃଥା ହେବାର ସମ୍ଭାବନା ଅଛି।

କୁମ୍ଭ : ଆତ୍ମବିଶ୍ଵାସୀ ହେବେ I କାର୍ଯ୍ୟକ୍ଷେତ୍ରରେ ନୂତନ ଲୋକଙ୍କ ସହିତ ବନ୍ଧୁତା ହେବ I ସୁଖାଦ୍ୟ ଭୋଜନ ସହିତ ମନୋରଞ୍ଜନ ରେ ଦିନ ବିତିବ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି I

ମୀନ: ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣର ସକରାତ୍ମକ ପ୍ରଭାବ ଆପଣଙ୍କ କାର୍ଯ୍ୟରେ ଦେଖାଯିବ I କର୍ତ୍ତବ୍ୟ ପରାୟଣ ହେବେ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି।