ରାଶିଫଳ ୨୭-୦୪-୨୦୨୨: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ବଡ଼ ସଫଳତା I ବୃଷ ରାଶି ବ୍ୟକ୍ତି ମାନେ ବୁଧବାର ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ I ମୀନ ରାଶି ର ବ୍ୟକ୍ତିମାନେ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ I ମେଷ ରାଶି ର ବ୍ୟବସାୟୀ ମାନଙ୍କୁ ଅନ୍ଲାଇନ୍ କାରବାର ରେ ସାବଧାନ ରହିବାକୁ ପଡ଼ିବ I ତୁଳା ରାଶିର ବ୍ୟକ୍ତିମାନଙ୍କର ଶାରୀରିକ ପରିଶ୍ରମ ବଢିବ,ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I
ମେଷ : କାହାକୁ ରୁକ୍ଷ ବ୍ୟବହାର କରନ୍ତୁ ନାହିଁ I ପରିବାରରେ ସମନ୍ୱୟ ରଖନ୍ତୁ ଇ ପିଲାମାନଙ୍କ ପ୍ରତି ସ୍ନେହ ପୂର୍ଣ୍ଣ ବ୍ୟବହାର କରନ୍ତୁ I ଅଫିସ ରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ବ୍ୟବସାୟୀ ମାନେ ଅନଲାଇନ କାରବାର କରନ୍ତୁ ନାହିଁ ,ଠକାମୀ ରେ ପଡିବେ I ଧାର୍ମିକ ହେବେ I ଆୟଵ୍ୟୟ ସମାନ ରହିବ I
ବୃଷ : ଆପଣଙ୍କ ପାଇଁ ଖୁବ ଶୁଭ ଦିନ I ବ୍ୟବସାୟରେ ଅନୁକୂଳ ପରିସ୍ଥିତି ହେବ I ସଠିକ୍ ଭାବରେ କାର୍ଯ୍ୟ କରି ପ୍ରଶଂସିତ ହେବେ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ସମସ୍ତ କାର୍ଯ୍ୟ ମଧ୍ୟ ସହଜରେ ସମାପ୍ତ ହେବ I ଆର୍ଥିକ ଲାଭ ହେବ I ବାହାର ଖାଦ୍ୟ ରୁ ଦୁରେଇ ରୁହନ୍ତୁ I ବୈବାହିକ ଜୀବନ ଆନନ୍ଦ ମୟ ରହିବ I ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ ପାଇଁ ସମୟ ଭଲ I ବନ୍ଧୁ ମାନଙ୍କ ସହିତ ଏକ ଭଲ ସ୍ଥାନକୁ ଯିବାକୁ ଏକ ପ୍ରୋଗ୍ରାମ୍ ତିଆରି କରିବେ I
ମିଥୁନ: ଆଜି ଏକ ମିଶ୍ରିତ ଦିନ ହେବ I ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ I ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ ମତ ପାର୍ଥକ୍ୟ ହୋଇପାରେ I ଖର୍ଚ୍ଚାନ୍ତ ହେବେ I ପିଲାମାନଙ୍କ ବିଷୟରେ ଚିନ୍ତିତ ରହିବେ I ମଧ୍ୟାହ୍ନ ପରେ କାମରେ ସଫଳତା ପାଇବେ I
କର୍କଟ-ଆପଣଙ୍କ ବିଚାରଧାରା ଅଙ୍କାବଙ୍କା ରାସ୍ତା ଦେଇ ଗତି କରିପାରେ । ତଥାପି ସମସ୍ୟା ମଧ୍ୟରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପ୍ରଦାନ କରିପାରେ । ଆତ୍ମୀୟ ସ୍ୱଜନଙ୍କ ସହାୟତାରେ ହାତକୁ ନେଇଥିବା କାର୍ଯ୍ୟ ସମ୍ପନ୍ନ ହେବାର ଆଶା ରଖିପାରନ୍ତି I
ସିଂହ : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।
କନ୍ୟା : ଆଜି ଆପଣ ନିଜର ଶାରୀରିକ ସୁନ୍ଦରତା ଉପରେ ଧ୍ୟାନ ଦେବେ ଏବଂ ନିଜ ମନ ପସନ୍ଦର ପୋଷାକ ପିନ୍ଧିବେ। ଆପଣଙ୍କର ଏହି ନୂଆ ରୂପକୁ ଦେଖି ଲୋକମାନେ ପ୍ରଶଂସା କରିବେ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କର ଏହି ପରିବର୍ତ୍ତନରେ ଖୁସି ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ।
ତୁଳା : ଆଜିର ଆପଣଙ୍କର ଦିନ ସୁଖ-ଶାନ୍ତିପୂର୍ବକ ବିତିବ। ଆଭୂଷଣର କ୍ରୟ କରିବେ ଏବଂ ସାଥିରେ କଳା ପ୍ରତି ମଧ୍ୟ ରୁଚି ରହିବ। ଶାରୀରିକ ପରିଶ୍ରମ ଜନିତ କ୍ଲାନ୍ତି ଅନୁଭବ କରିବେ Iବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷୟଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ବାତାବରଣ ଭଲ ରହିବ ଏବଂ ସହକର୍ମୀଙ୍କର ସାହାଯ୍ୟ ମିଳିବ।
ବିଚ୍ଛା : ଆଜିର ଦିନ ଆପଣ ପାଇଁ ମଧ୍ୟମ ଫଳଦାୟୀ ରହିବ। ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ରହିବ। ପରିବାରରେ ଉଗ୍ର ବାତାବରଣ ରହିବ। ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ନିବୃତ୍ତ ରହିବେ।
ଧନୁ : ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ସ୍ଥଳକୁ ଯିବାରେ ଅସୁବିଧା ହେବ ନାହିଁ । ଆଳସ୍ୟ ଓ ଅବହେଳାରୁ କେତେକ କ୍ଷେତ୍ରରେ ଅନୁତାପ କରିବେ । ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ କଳହ ଲାଗିପାରେ ।
ମକର: ଆଜି ଧାର୍ମିକ ଚିନ୍ତାଧାରା ସହିତ ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ I ଅଧିକ ଯୁକ୍ତି ହେତୁ ପରିବାରର ପରିବେଶ ଆନ୍ତରିକତା ରହିବ ନାହିଁ I ଆପଣ ଅଫିସରେ କାମ କରିବା ଭଳି ଅନୁଭବ କରିବେ ନାହିଁ I ମଧ୍ୟାହ୍ନ ପରେ ଆପଣଙ୍କ ମନ ଚିନ୍ତାରୁ ମୁକ୍ତ ହେବ I ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ କୌଣସି ଏକ ଯୋଜନା କରିପାରନ୍ତି I ଆଜି ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି I ଭାଇ ଓ ଭଉଣୀଙ୍କ ଠାରୁ ସ୍ନେହ ପାଇବେ I
କୁମ୍ଭ : ମନରେରେ ଅପାର ଖୁସି ଅନୁଭବ କରିବେ I ଆଧ୍ୟାତ୍ମିକତା ରେ ମନ ଶାନ୍ତ ରହିବ I ଆପଣଙ୍କ ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ I ବକ୍ତବ୍ୟରେ ସଂଯମତା ରଖ I କିଛି ଅନାବଶ୍ୟକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ I ଆଜି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ I ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥିମାନେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି I
ମୀନ: ଅଯଥା ବିବାଦ ଓ ଆର୍ଥିକ ନେଣ ଦେଣ ରୁ ଦୂରେଇ ରୁହନ୍ତୁ I କାର୍ଯ୍ୟରେ ବାଧା ସୃଷ୍ଟି ହେଇପାରେ I କୋର୍ଟ କଚେରୀ ମାମଲାରେ,ବରିଷ୍ଟଙ୍କ ଠାରୁ ସୁ ପରାମର୍ଶ ନିଅନ୍ତୁ I ସତର୍କତାର ସହିତ ଗାଡି ଚଲାନ୍ତୁ I ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ I ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ, ଆପଣଙ୍କର ମନ ବ୍ୟସ୍ତ ରହିବ I ସାଙ୍ଗମାନଙ୍କଠାରୁ ଉପହାର ଗ୍ରହଣ କରିବେ Iପାରିବାରିକ ପରିବେଶ ଆନନ୍ଦ ମୟ ହେବ I