ଆଜି ର ରାଶିଫଳ

ରାଶିଫଳ ୨୩ ଏପ୍ରିଲ ୨୦୨୨ : ଏହି ରାଶିର ଲୋକମାନେ ଶନିବାର ଦିନ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ୍ I
ଶନିବାର ଦିନ, ସିଂହ ରାଶିର ବ୍ୟକ୍ତିମାନେ ବୃଥା ଭବିଷ୍ୟତ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ I ତୁଳା ରାଶିର ବ୍ୟକ୍ତିମାନେ ଭ୍ରମଣ ପ୍ରିୟ ହେବେ I

ମେଷ – ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ I ଚାକିରି କ୍ଷେତ୍ରରେ, କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ Iବ୍ୟବସାୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବର୍ତ୍ତମାନ କିଛି ସମୟ ପାଇଁ ବନ୍ଦ ହେବା ଉଚିତ୍ I ପିଠି ଯନ୍ତ୍ରଣା ଦେଖା ଦେଇପାରେ I ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ବିଶେଷ ଧ୍ୟାନ ଦିଅନ୍ତୁ I ରାଜନୀତି ରୁ ଦୂରେଇ ରୁହନ୍ତୁ I ପାରିବାରିକ ଜୀବନ ସୁଖମୟ ହେବ I

ବୃଷ: ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ମିଥୁନ : ଆଜିର ଦିନ ଶୁଭଫଳଦାୟୀ ଅଟେ। ଆଜି ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ। ମାନସିକ ପ୍ରସନ୍ନତା ଅନୁଭବ ହେବ। ପରିବାରଜନ ତଥା ନିକଟ ଲୋକମାନଙ୍କ ସହିତ ଅଧିକ ସମୟ ବିତାଇବେ। ସାମାଜିକ ଜୀବନରେ ଆପଣ ସଫଳତା ଏବଂ ଯଶ ପ୍ରାପ୍ତ କରି ପାରିବେ। ବିଦେଶରେ କିମ୍ବା ଦୂରରୁ ଭଲ ସମାଚାର ମିଳିବାର ଯୋଗ ଅଛି। ଦାମ୍ପତ୍ୟଜୀବନରେ ମଧୁରତା ଆସିବ। ବୈବାହିକ ସୁଖ ମିଳିବ। ଆକସ୍ମିକ ଧନ ଲାଭ ହେବ।

କର୍କଟ:ଏହି ରାଶିର ଲୋକମାନେ ଅନାବଶ୍ୟକ କ୍ରୋଧ ସୃଷ୍ଟି କରିବା ଠାରୁ ଦୂରେଇ ରହିବା ଉଚିତ୍ I ଭାବି ଚିନ୍ତି କାର୍ଯ୍ୟ ସମାପ୍ତ କରନ୍ତୁ I ବିଳାସପୂର୍ଣ୍ଣ ସାମଗ୍ରୀ ବ୍ୟବସାୟୀମାନଙ୍କ ପାଇଁ ଲାଭ ବାନ ହେବେ I ଛୁରୀ କିମ୍ବା ଲୁହା ଟିଣ ପରି ତୀକ୍ଷ୍ଣ ଜିନିଷ ପ୍ରତି ସତର୍କ ରହିବା ଆବଶ୍ୟକ I ପରିବାର ଆପଣଙ୍କଠାରୁ ବହୁତ ଆଶା ରଖିଛି ଏବଂ ଆପଣ ସେମାନଙ୍କ ଆଶା ପୂରଣ କରିବେ |

ସିଂହ : ଆଜିର ଦିନ ଆପଣଙ୍କପାଇଁ ଟିକେ ସାବଧାନ ରହିବାକୁ ପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗଡି ପାରେ। ନୂଆ କାର‌୍ୟ୍ୟର ପ୍ରାରମ୍ଭ ପାଇଁ ଦିନ ଉଚିତ ନୁହେଁ। ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ଛାଇ ରହିବ। ପେଟର ଯନ୍ତ୍ରଣା, ବିଶେଷକରି ମନ୍ଦାଗ୍ନି, ଅଜୀର୍ଣ୍ଣ ପରି ଯନ୍ତ୍ରଣାଗୁଡ଼ିକରେ ଆପଣ ଚିନ୍ତିତ ରହିବେ। ଆକସ୍ମିକ ଧନଖର୍ଚ୍ଚ ହେବ। ପ୍ରିୟପାତ୍ର ଆପଣଙ୍କର ହୃଦୟକୁ ଦୁଃଖ ପହଁଚାଇବା ପାରନ୍ତି କିମ୍ବା କଥା ନହୋଇ ପାରନ୍ତି। ସମ୍ଭବତଃ ଯାତ୍ରା ଟାଳିବାକୁ ଚେଷ୍ଟା କରନ୍ତୁ।

କନ୍ୟା : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର, ଈର୍ଷା ଓ ଘୃଣା ପରି ନକରାତ୍ମକ ମନଭାବନା ବି କମିଯିବ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

ତୁଳା – ଭ୍ରମଣ ପ୍ରିୟ ହେବେ ଏବଂ ସପିଂ କରିବାକୁ ମନସ୍ଥ କରିବେ I କାର୍ଯ୍ୟରେ ସ୍ଥାନାନ୍ତର ଯୋଗ ରହୁଛି ଵିଚିନ୍ତାଧାରା ସକାରାତ୍ମକ ରହିବ I ଆୟ ବ୍ୟୟ ସମାନ ରହିବ ଇ ପାରିବାରିକ ଜୀବନ ସୁଖମୟ ହେବ I

ବିଚ୍ଛା : ଆଜି ଆପଣଙ୍କ ମନ ଦ୍ୱନ୍ଦ୍ୱରେ ରହିବ। ନିର୍ଣ୍ଣୟ ନ ନେଇପାରିବାରୁ ପରିଣାମ ସ୍ଵରୂପ ନୂଆ କାର‌୍ୟ୍ୟଗୁଡ଼ିକର ପ୍ରାରମ୍ଭ କରିବା ଆପଣଙ୍କପାଇଁ ହିତକର ନୁହେଁ। ଆଜି ଆପଣ ସମ୍ବନ୍ଧରେ ଔପଚାରିକତା ରଖିବେ, ନ ହେଲେ ମନମାଳିନ୍ୟ ହେବାର ସମ୍ଭାବନା ଅଛି। ବ୍ୟବହାରରେ ସମ୍ଭବତଃ ଜିଦ୍ଦୀ ଭାବ ଛାଡ଼ି ଦେବେ। ଯାତ୍ରା ନ କରିବା ହିତକର। ଆର୍ଥିକ ଲାଭ ହେବ। ପରିବାରଜନମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟରେ ଆଜି ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

ଧନୁ : ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦା କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ମକର – ବୁଝାମଣା ମାଧ୍ୟମରେ ସମସ୍ୟାର ସରଳ ସମାଧାନ ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଅଫିସରେ କଥା କଟାକଟି ହେତୁ ସୁସମ୍ପର୍କ ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରର ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ।

କୁମ୍ଭ– ପୂର୍ବ ଯୋଜନାନୁଯାୟୀ କାର୍ଯ୍ୟ ସଫଳ ହେବ I ରାଜନୀତିରେ ଆଗ୍ରହୀ ବ୍ୟକ୍ତିମାନେ ବର୍ତ୍ତମାନ ସୁଯୋଗ ପାଇବାର ସମ୍ଭାବନା ଅଛି I ଅଧସ୍ତନମାନଙ୍କ ପ୍ରତି ତୁମର ଭଲ ଆଚରଣ ରହିବା ଉଚିତ୍ I ସ୍ୱାସ୍ଥ୍ୟ ସଚେତନ ହେବା ଉଚିତ୍ I ପିଲାମାନଙ୍କ ପଢାପଢି ପ୍ରତି ଧ୍ୟାନ ଦିଅନ୍ତୁ I

ମୀନ: ବୁଝି ବିଚାରି କାର୍ଯ୍ୟ କରନ୍ତୁ ନଚେତ ହଇରାଣ ରେ ପଡିବେ I ରାଜନୀତିକ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ I ହୋଟେଲ-ରେଷ୍ଟୁରାଣ୍ଟ କାମ କରୁଥିବା ବ୍ୟବସାୟୀମାନେ ଭଲ ଲାଭ କରିପାରିବେ I ଶାରୀରିକ ଅସୁସ୍ଥତା ଦେଖାଦେବା ର ସମ୍ଭାବନା ଅଛି I ଅଯଥା ଖର୍ଚ କାଟ କରନ୍ତୁ I ବ୍ୟୟ ଭାର ବଢିବ I ପରିବାରରେ କଳହ ଦେଖାଦେବ I