ଆଜି ର ରାଶିଫଳ

ଡିସେମ୍ବର ୪ , ୨୦୨୧ : ଶନିବାର ଦିନ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଆସିପାରେ |

ଶନିବାର ଦିନ ଆପଣ ଅନେକ ଲୋକଙ୍କ ସହ ଆଲୋଚନା କରିବେ I ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଆସିପାରେ କିନ୍ତୁ ଆପଣ ବୁଦ୍ଧି ଖଟାଇ ସମସ୍ତ ସମସ୍ୟା ର ସମାଧାନ କରି ପାରିବେ I ତେଣୁ ଆପଣ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ I ନଚେତ ଆପଣଙ୍କ ପାଇଁ କ୍ଷତି ହୋଇ ପାରେ I ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟ ରେ

ମେଷ: ଆଜି ଭାଗ୍ୟ ସମ୍ପୂର୍ଣ ଆପଣଙ୍କ ସାପେକ୍ଷ ରେ ଅଛି I ପରିଵାର ରେ ଖୁସିର ମାହୋଲ ରହିବ I ଆପଣ ଆଜି ଏପରି କୌଣସି କାର୍ଯ୍ୟ କରିପାରିବେ, ଯାହା ଆପଣଙ୍କ ପରିବାରର ନାମକୁ ସାର୍ଥକ କରିବ I ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ ଏବଂ କୌଣସି ସଂସ୍ଥା ରେ ଟଙ୍କା ବିନିଯୋଗ କରିପାରନ୍ତି I

ବୃଷ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ପ୍ରତିଭା କୁ ବଢାଇବାରେ ସାହାଯ୍ୟ କରିବ ଏବଂ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ପ୍ରେମ ସଂପର୍କରେ ସମ୍ବେଦନଶୀଳତା ଦେଖାଯିବ, ତେଣୁ ଆପଣ ଭାବି ଚିନ୍ତା କଥାବାର୍ତ୍ତା କରନ୍ତୁ I ଆପଣଙ୍କ ସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ ଅଂଶୀଦାର କରନ୍ତୁ I

ମିଥୁନ: ଆଜି ଉତ୍ତମ ସମ୍ମାନ ସହିତ ଚାକିରିକ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ ଇ ଆଜି ପଦୋନ୍ନତି କିମ୍ବା ଆନୁସଙ୍ଗିକ କଥାବାର୍ତ୍ତା ହେଇ ପାରନ୍ତି ଇ ଆପଣଙ୍କ ପିଲାମାନେ ପ୍ରଶଂସନୀୟ କାର୍ଯ୍ୟ କରିବେ , ଯାହା ଆପଣଙ୍କୁ ଗର୍ବିତ କରିବ I ଦିନଟି ଗୋଟିଏ ଶୁଭ ଖବର ସହିତ ଆରମ୍ଭ ହେବାକୁ ଯାଉଛି I କୌଣସି ସଂସ୍ଥାରୁ ଧାନ ଲାଭ କରିବେ I

କର୍କଟ: ଆପଣ ଆଜି ଅନେକ ଲୋକଙ୍କ ଉତ୍ତମ ସମ୍ପର୍କ ଗଠନ କରିବେ I କର୍ମକ୍ଷେତ୍ରରେ କିଛି ସମସ୍ୟା ଆସିପାରେ I ଆପଣଙ୍କ ଉପରେ ଯେ କୌଣସି ମିଥ୍ୟାରୋପ ର ଅଭିଯୋଗ ମଧ୍ୟ କରାଯାଇପାରେ ଇ ତେଣୁ ଏ କ୍ଷେତ୍ର ରେ ବିବାଦରୁ ଦୂରେଇ ରହିବା ଉପଯୁକ୍ତ ହେବ I କିନ୍ତୁ ଆଜି ଆପଣର ଭାଗ୍ୟ ସପକ୍ଷରେ ଯାଉଛି I

ସିଂହ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I ଅନ୍ୟମାନଙ୍କ ସହିତ ମଧୁର ଆଚରଣ କରିବେ I ବିଦେଶ ଭ୍ରମଣରେ ଯାଇ ପାରନ୍ତି I କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ ପାଇଁ ଦିନଟି ବହୁତ ଭଲ I ଆପଣ କୌଣସି ପଲିସୀ ,ସେୟାର ବଜାର ରେ ଟଙ୍କା ବିନିଯୋଗ କରିପାରିବେ ଏବଂ ବଜାର ଅଂଶୀଦାର ହେଇ ପାରିବେ I ଦିନଟି ଅତି ଭଲରେ କଟିବ I

କନ୍ୟା : ଆପଣ ଚତୁରତା ଦେଖାଇ କାର୍ଯ୍ୟରେ ସଫଳ ହେବେ I ଅତ୍ୟଧିକ କ୍ରୋଧ ଆପଣଙ୍କ ସମସ୍ୟାକୁ ବଢ଼ାଇବ I ପିଲାମାନେ ଆପଣଙ୍କୁ ସାହାଯ୍ୟକରିବେ I ଈଶ୍ୱର ଙ୍କ ଉପରେ ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବ I ଆପଣଙ୍କ ଭିତରେ ନୂତନ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଯିବ I

ତୁଳା : ଆପଣ ଘର ବାହାରକୁ ବୁଲିବାକୁ ଯିବେ, ଯାହା ଆପଣଙ୍କୁ ବହୁତ ମନୋରଞ୍ଜନ ଦେବ I ସମସ୍ତ କାର୍ଯ୍ୟରେ ଆପଣଙ୍କର ପୂର୍ଣ୍ଣ ସହଯୋଗ ରହିବ I ଋତୁ ପରିବର୍ତନ କାଳୀନ କୌଣସି ରୋଗ ର ଶିକାର ହେବାକୁ ପଡିପାରେ I ପରିବାରରେ କୌଣସି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବେ I

ବିଛା: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବାକୁ ଯାଉଛି। ଆପଣଙ୍କ ପରିଯୋଜନା ସଠିକ ଭାବରେ କାମ କରିବ ତେଣୁ , କାର୍ଯ୍ୟରେ ସଫଳତା ମିଳିବ I ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ସାଙ୍ଗମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ I କ୍ରୋଧ ଠାରୁ ଦୁରେଇ ରୁହନ୍ତୁ , ଦିନଟି ଅବଶ୍ୟ ଭଲ ରହିବ I

ଧନୁ : ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ସ୍ୱାସ୍ଥ୍ୟ ସାଧାରଣତ ଭଲ ରହିବ I ତୁମର ପରାମର୍ଶ ଅନ୍ୟମାନଙ୍କ ପାଇଁ ଉପଯୋଗୀ ହେବ I ଚିତ୍ତବିନୋଦନ ପାଇଁ ଆପଣ ଆଗ୍ରହୀ ହେବେ I ଘର ବାହାରେ ପ୍ରସନ୍ନତା ମିଳିବ I ଅର୍ଥର ସୁ ବିନିଯୋଗ କରିବେ I

ମକର: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ I ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ ହେବ I ଆପଣ ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ପାଇବେ, ଯେଉଁଥିପାଇଁ ଆପଣ ଆପଣଙ୍କର ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇବେ ଇ ଦିନଟି ଭଲରେ କାଟିବ I

କୁମ୍ଭ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ I ତୁମର ମାନସିକ ଦୁର୍ବଳତା ସମାପ୍ତ ହେବ ଏବଂ ତୁମେ ସବୁ ଦିଗରୁ ଭଲ ଖବର ପାଇବେ Iପ୍ରଗତି ପାଇବା ପାଇଁ ଆପଣ କଠିନ ପରିଶ୍ରମ କରିବେ I ଦିନଟି ଭଲ ହେବ ଏବଂ ଶରୀର ଫୁର୍ତ୍ତି ରହିବ I

ମୀନ : ଛାତ୍ରମାନେ ଅଧ୍ୟୟନରେ ଭଲ କରିବେ ଇ କାହାକୁ ଉଧାର ଦିଅନ୍ତୁ ନାହିଁ I ବ୍ୟବସାୟ ଏବଂ ଟଙ୍କା ବିନିଯୋଗ ପାଇଁ ଦିନ ମିଶ୍ରିତ ଫଳ ଦେବ I ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ, ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅନ୍ତୁ I

Comments (0)
Add Comment