ରାଶିଫଳ ୧୦ ଏପ୍ରିଲ ୨୦୨୨ : ଏହି ୫ ଟି ରାଶି ପାଇଁ ରବିବାର ଦିନଟି ଅତ୍ୟନ୍ତ ସୌଭାଗ୍ୟ ଶାଳୀ ହେବ I ଆଜି ମିଥୁନ ରାଶି ବ୍ୟକ୍ତି ଙ୍କ ପାରିବାରିକ ସମ୍ପର୍କରେ ଉତ୍ତମ ରହିବ I କର୍କଟ ରାଶିର ବ୍ୟକ୍ତିମାନେ ସେମାନଙ୍କର ମତ ପ୍ରକାଶ କରିବାର ସୁଯୋଗ ପାଇବେ I ତୁଳା ରାଶି ର ବ୍ୟକ୍ତିମାନେ କାହାକୁ ଅଧିକ ବିଶ୍ୱାସ କରିବା ଠାରୁ ଦୂରେଇ ରହିବା ଉଚିତ୍ I
ମେଷ: ଆଜି ଶୁଭ ଖବର ପାଇବେ I ଆପଣ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ I ଲାଭର ନୂତନ ଉପାୟ ଦେଖାଯିବ I ଶରୀର ସୁସ୍ଥ ରହିବ I ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ ହେବ I
ବୃଷ : ସୁ ସମାଚାର ପାଇବେ I ଧାର୍ମିକ ମନୋଭାବ ରହିବ I କାର୍ଯ୍ୟକ୍ଷେତ୍ରରେ ଚାପ ମୁକ୍ତ ହେବେ Iବ୍ୟବସାୟୀମାନେ ସଚ୍ଚୋଟତା ସହିତ କାର୍ଯ୍ୟ କରିବା ଉଚିତ୍ I କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବ I କର୍ତ୍ତବ୍ୟପରାୟଣ ହେବେ I
ମିଥୁନ: ପରିବାର ପାଇଁ ସମୟ ଦିଅନ୍ତୁ । ପାରସ୍ପରିକ ବିଶ୍ୱାସର ସାହାଯ୍ୟରେ ପାରିବାରିକ ସମ୍ପର୍କ ଉତ୍ତମ ରହିବ Iଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ରବିବାର ଏକ ଶୁଭ ଦିନ I ବ୍ୟବସାୟ ସହିତ ଆୟ ମଧ୍ୟ ବଢିବ I ଶୀଘ୍ର ସଫଳତା ପାଇବା ପାଇଁ ଭୁଲ କାର୍ଯ୍ୟ କରନ୍ତୁ ନାହିଁ ଇ ସନ୍ତାନ ମାନଙ୍କ ସହିତ ଦିନଟି ଖୁସିରେ କଟିବ I
କର୍କଟ: ନିଜ ମନ କଥା କହିବାର ସୁଯୋଗ ପାଇବେ I ମନ ସମ୍ମାନ ବୃଦ୍ଧି ହେବ I ପ୍ରଗତି ପାଇଁ ନୂତନ ଉପାୟ ଏବଂ ବିକଳ୍ପ ଖୋଜିବେ I ଜମି ଦଲାଲ ମାନଙ୍କ ପାଇଁ ଆଜି ଉପଯୁକ୍ତ ଦିନ ,ବ୍ୟବସାୟ ଭଲ ବଢିବ I
ସିଂହ : ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଯାହାଫଳରେ ସଂଘର୍ଷ ଟାଳି ପାରିବେ। ଦୈନିକ କାର୍ୟ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ। ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ ହେବାରୁ ହତାଶା ଅନୁଭବ ହୋଇପାରେ। ମାତାଙ୍କର ଚିନ୍ତା ରହିବ।
କନ୍ୟା : କଳହ ଏବଂ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ । ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟ ସମ୍ବନ୍ଧିତ ପୀଡା଼ ହୋଇପାରେ। ଶେୟାର-ସଟ୍ଟାରେ ନିବେଶ କରିବାରେ ସାବଧାନ ରହିବେ।
ତୁଳା : ରାଜନୀତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କିଛି ନୂଆ ଚେଷ୍ଟା କରିବାକୁ ଉତ୍ସାହ ବଢିବ Iବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ I ଛାତ୍ରମାନେ ବିଶେଷଜ୍ଞ ଶିକ୍ଷକଙ୍କ ସାହାଯ୍ୟ ପାଇବେ I କାହାକୁ ଅଧିକ ବିଶ୍ୱାସ କରିବା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ I ପାରିବାରିକ ଜୀବନ ରେ କର୍ତ୍ତବ୍ୟପରାୟଣ ହେବେ I
ବିଛା: ଅନ୍ୟମାନଙ୍କ ପ୍ରତି ଉଦାର ହେବେ I ଅନଲାଇନରେ ସପିଙ୍ଗ କରି ପାରନ୍ତି I ପାରିବାରିକ ଜୀବନ ସୁଖମୟ ହେବ I ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ I ଶୁଖାଦ୍ୟ ଭୋଜନ ସହିତ ବୁଲାବୁଲି ପ୍ରୋଗ୍ରାମ କରିବେ I
ଧନୁ : ଦିନଟି ମିଶ୍ରିତ ଫଳ ଦେବ Iପରିବାରଜନମାନଙ୍କ ସହିତ ବୁଝାମଣା ଠିକ ରହିବ I କାର୍ଯ୍ୟ କ୍ଷେତ୍ରରୁ ଚାପ ମୁକ୍ତ ହେବେ I ସହକର୍ମୀଙ୍କ ସମର୍ଥନ ମିଳିବ I ଅଚାଙ୍କ ଧାନ ଖର୍ଚ୍ଚ ହେବ I
ମକର : ଦିନଟି ସଫଳତାରେ ପୂର୍ଣ୍ଣ ହେବ। ଘରକୁ ବନ୍ଧୁ ଆଗମନ ହେତୁ ଆନନ୍ଦିତ ହେବେ Iକାର୍ଯ୍ୟଳୟରେ ତଥା ବ୍ୟବସାୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପଦୋନ୍ନତିର ଯୋଗ ଅଛି। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ। ମାନସିକ ରୂପରେ ଶାନ୍ତି ରହିବେ।
କୁମ୍ଭ: ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ I ନିଜର ପ୍ରତିଭା କୁ ବିକଶିତ କରନ୍ତୁ I କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରିବେ I ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ। ଦାମ୍ପତ୍ୟ ଜୀବନ ରେ କଳହ ଯୋଗ ରହିଛି I କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଧନ ଖର୍ଚ୍ଚର ଯୋଗ ଅଛି।
ମୀନ : ଛୋଟ ଛୋଟ ଜିନିଷ ଉପରେ କ୍ରୋଧିତ ହେବା ଠାରୁ ଦୂରେଇ ରହିବା ଉଚିତ୍ I ଏକ ନିର୍ଦ୍ଦିଷ୍ଟ ବିଷୟ ବିଷୟରେ ତୁମର ଚିନ୍ତାଧାରା ବଦଳିପାରେ I ଅଟକି ରହିଥିବା ଯୋଜନା ସମ୍ପୂର୍ଣ୍ଣ ହେବ I ଅଳସୁଆ ହେବେ I ପ୍ରେମ ସମ୍ପର୍କ ବଢିପାରେ I