ଆଜି ରାଜ୍ୟରେ ୮୫୨ ସଂକ୍ରମିତ ଚିହ୍ନଟ :୧୯ ମୃତ

ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି । ଏହି ସପ୍ତାହରେ ଦୈନିକ ସଂକ୍ରମଣ ହଜାରେ ତଳକୁ ରହୁଥିବା ବେଳେ କିନ୍ତୁ ଦୈନିକ ମୃତ୍ୟୁ ସଂଖ୍ୟାରେ ଏଯାଏଁ ବ୍ରେକ ଲାଗି ପାରୁନି I
ଆଜି ୮୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯ ରେ ରହିଛି I ମୃତକ ମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ ରହିଥିବା ବେଳେ କେନ୍ଦ୍ରାପଡ଼ା, କେନ୍ଦୁଝର, ସୋନପୁର, ନୟାଗଡ଼, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜିର ମୃତକ ଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେହି ପରି ସଂକ୍ରମିତ ମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୫ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୮୧ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୪୬୭ ରହିଥିବା ବେଳେ ୯ ହଜାର ୪୩୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।