ଆଜି ରାଜ୍ୟରେ ପିଲାମାନଙ୍କ କରୋନା ସଂକ୍ରମଣ ୧୦୦ ଡେଇଁଲା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୮୦ ଜଣ ଛୁଆ ଥିବା ବେଳେ ଆଜି ଏହି ସଂଖ୍ୟା ହଠାତ୍‌ ଶହେ ଡେଇଁଛି, ଯାହାକି ଚିନ୍ତାର ବିଷୟ । ଏହାବାଦ ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାଯାଇଛି।
ଆଜି ଚିହ୍ନଟ ୮୮୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୭୨ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୬, ଯାଜପୁରରୁ ୪୩, ଜଗତସିଂହପୁରରୁ ୩୭, ମୟୂରଭଞ୍ଜରୁ ୩୧, ଅନୁଗୁଳରୁ ୨୭, ସମ୍ବଲପୁରରୁ ୨୧, କେନ୍ଦୁଝରରୁ ୧୯, ଢେଙ୍କାନାଳରୁ ୧୬, କେନ୍ଦ୍ରାପଡ଼ାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments (0)
Add Comment