ଆଜି ସହିଦ ଭଗତ ସିଂଙ୍କୁ ମାନେ ପକାଉଛି ସାରା ଦେଶ

ଦେଶ ପାଇଁ ପ୍ରାଣବଳି ଦେଇଥିବା ଭଗତ ସିଂ ଙ୍କର ଆଜି ଜନ୍ମ ଜୟନ୍ତୀ l ଆଜି ତାଙ୍କ ଜନ୍ମ ତିଥିରେ ସାରା ଭାରତ ତାଙ୍କୁ ମାନେ ପକାଉଛି l ମାତ୍ର ୨୩ ବର୍ଷ ବୟସରେ ଦେଶ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ l ସ୍ୱାଧୀନତାର ଲଢେଇରେ ତାଙ୍କର ଯୋଗଦାନ ଅତୁଳନୀୟ l

ଭଗତ ସିଂ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ପଞ୍ଜାବର ବଙ୍ଗୋ ଠାରେ ଜନ୍ମ ଗ୍ରହଣ କରିଥିଲେ ଯାହାକି ଏବେ ପାକିସ୍ଥାନ ଅଧୀନରେ ଅଛି l ସେ ଏକ ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ପୁରା ପରିବାର ସ୍ୱାଧୀନତା ସଂଗ୍ରାମର ଅଂଶ ରହିଥିଲା l ତେଣୁ ବହୁତ ଛୋଟ ବୟସରୁ ସେ ଦେଶ ପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ l

୧୯୧୯ ମସିହାରେ ମାତ୍ର ୧୨ ବର୍ଷ ବୟସରେ ଜାଲିଆନାୱାଲାବାଗର ହତ୍ୟାକାଣ୍ଡରେ ସହ ସହ ମୃତ ଦେହ ଦେଖି ତାଙ୍କ ମନରେ ଗଭୀର ପ୍ରଭାବ ପଡିଥିଲା l ଏହାପରେ ୧୯୨୨ ମସିହାରେ ମହାତ୍ମାଗାନ୍ଧୀଙ୍କ ଅନୁଗାମୀ ଭାବେ ସେ ଅସହଯୋଗ ଆନ୍ଦୋଳନରେ ଜଣେ ଦୃଢ ନେତା ଭାବେ ଅଂଶ ଗ୍ରହଣ କରିଥିଲେ l ବ୍ରିଟିଶ ସରକାରଙ୍କୁ ଚେତେଇ ଦେବା ପାଇଁ ୧୯୨୯ ମସିହାରେ ସେ ଦିଲ୍ଲୀ ସେଣ୍ଟ୍ରାଲ ଲେଜିସଲେଟିଭ ହଲ ଉପରେ ବୋମା ମାଡ କରିବା ପରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିଲା l ଶେଷରେ ୧୯୩୧ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ତାଙ୍କୁ ଲାହୋର ସ୍ଥିତ ସେଣ୍ଟ୍ରାଲ ଜେଲରେ ଫାଶୀ ଦଣ୍ଡ ଦିଆଯାଇଥିଲା l ତାଙ୍କର ଲଢେଇ କେବଳ ଯେ ଇଂରେଜ ସରକାର ବିରୋଧରେ ଥିଲା ତାହା ନୁହେଁ, ସେ ଅନ୍ୟାୟ ଓ ଅସମାନତା ବିରୁଦ୍ଧରେ ମଧ୍ୟ ସର୍ବଦା ଲଢ଼ିବାକୁ ଚେଷ୍ଟା କରିଥିଲେ l

ତେବେ ଆଜି ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ଶହୀଦ ଭଗତ ସିଂ ସର୍ବଦା ନ୍ୟାୟ ଏବଂ ସ୍ଵାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଭିଡିଓ ଶେୟାର କରି କହିଛନ୍ତି ଯେ, ମୁଁ ତାଙ୍କ ଜନ୍ମ ବାର୍ଷିକୀରେ ଶହୀଦ ଭଗତ ସିଂଙ୍କୁ ମନେପକାଉଛି । ଭାରତର ସ୍ଵାଧୀନତା ପାଇଁ ତାଙ୍କର ବଳିଦାନ ଏବଂ ନିରନ୍ତର ଉତ୍ସର୍ଗ ପିଢି ପରେ ପିଢି ପ୍ରେରଣା ଯୋଗାଇବ। ସାହସର ପ୍ରତୀକ ଭାବରେ ସେ ସର୍ବଦା ନ୍ୟାୟ ଏବଂ ସ୍ଵାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ।