ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ ରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତରେ ଯିବେ। ଶ୍ରୀ ମୋଦୀ ଲୁମ୍ବିନୀଠାରେ ଭାରତ ଆନ୍ତର୍ଜାତିକ ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଯୋଗଦେବେ। ଏହି କେନ୍ଦ୍ର ନିର୍ମାଣ ଲାଗି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଲୁମ୍ବିନୀଠାରେ ପ୍ରଧାନମନ୍ତ୍ରୀ ମାୟାଦେବୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହାଛଡ଼ା ନେପାଳ ସରକାର ଓ ଲୁମ୍ବିନ୍‍ ବିକାଶ ଟ୍ରଷ୍ଟ ଦ୍ୱାରା ସେଠାରେ ଆୟୋଜିତ ହେବାକୁଥିବା ବୁଦ୍ଧଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ।

ଦିଲ୍ଲୀରୁ ଉଡାଣ ଭରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ପ୍ରଥମେ ଉତ୍ତରପ୍ରଦେଶର କୁଶୀନଗର ବିମାନ ବନ୍ଦରରେ ଅବତରଣ କରିବ। କୁଶୀନଗରରୁ ପିଏମ ମୋଦି ସିଧାସଳଖ MI17 ହେଲିକପ୍ଟର ଯୋଗେ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ଯିବେ।

ଲୁମ୍ବିନିରେ ପହଞ୍ଚିବା ପରେ ପିଏମ ମୋଦି ପ୍ରଥମେ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବେ ଓ ବୌଦ୍ଧ ସାଂସ୍କୃତିକ କେନ୍ଦ୍ରର ଭୂମି ପୂଜନ ମଧ୍ୟ କରିବେ। ନେପାଳ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବ।

ପିଏମ ମୋଦି ଚୀନ୍ ଦ୍ୱାରା ନିର୍ମିତ ବିମାନବନ୍ଦରକୁ ବାଇପାସ୍ କରି ସିଧାସଳଖ ଲୁମ୍ବିନିକୁ ଯାତ୍ରା କରିବେ, ଯେଉଁଠାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଏକ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି। ଏହାକୁ ଚୀନର ଏକ ସୁଚିନ୍ତିତ ପ୍ରତ୍ୟାଖ୍ୟାନ ଭାବରେ ଦେଖାଯାଉଛି।
ନେପାଳ ଗସ୍ତରେ ଯାଇ ପ୍ରଧାନ ମନ୍ତ୍ରୀ ମୋଦି ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଅନେକ ଚୁକ୍ତିନାମା କରିପାରନ୍ତି । ଆହୁରି ମଧ୍ୟ, ଜଳ ବିଦ୍ୟୁତ୍ ବିକାଶ, ସହଭାଗୀତା ଓ ସଂଯୋଗୀକରଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେପାଳକୁ ଏହା ହେଉଛି ପଞ୍ଚମ ଗସ୍ତ। ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ମିଶନ ନେପାଳ ଯାଉଛନ୍ତି। ପିଏମ ମୋଦିଙ୍କ ଏହି ଗସ୍ତ ଉଭୟ ଦେଶର ବନ୍ଧୁତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି I
ଏହି ଅବସରରେ ନୂଆଦିଲ୍ଲୀଠାରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆନ୍ତର୍ଜାତିକ ବୌଦ୍ଧ ସଂଗଠନ ପକ୍ଷରୁ ମିଳିତ ଭାବେବୈଶାଖ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବା ଲାଗି ଏକ ସମାରୋହର ଆୟୋଜନ କରାଯାଇଛି।