ଆଜି ମହାସପ୍ତମୀ ରେ ମା’ଙ୍କୁ ଚକ୍ଷୁ ଦାନ ଦିଆଯିବ

ଧରାପୃଷ୍ଠ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମା’ ଦୁର୍ଗା I ଗତକାଲି ଷଷ୍ଠୀରେ ପୂଜା ବେଲବରଣ ହୋଇ ପାଞ୍ଚ ଦିନ ଧରି ପୂଜାମଂଡପ ଗୁଡ଼ିକରେ ପୂଜା ପାଆନ୍ତି ମା ଦୁର୍ଗା I ଆଜି ସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ମା’ଙ୍କୁ ଦିଆଯିବ ଚକ୍ଷୁ ଦାନ। ବେଦମନ୍ତ୍ର ପାଠରେ କମ୍ପିବ ପୂଜାମଣ୍ଡପ । ହେଲେ କରୋନା କଟକଣା ଯୋଗୁଁ ଏଥର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିପାରିବେ ନାହିଁ ।ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍‌ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି । ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱଗୁଡିକ ଆବଦ୍ଧ କରିଦିଆଯାଇଛି ।
ସେପଟେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ଅଷ୍ଟମୀ ପୂଜା ହେଉଛି । ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

Comments (0)
Add Comment