ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୩ତମ ଜୟନ୍ତୀ

ଭାରତ ର ମୁକ୍ତି ସଂଗ୍ରାମର ଅନ୍ୟତମ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ର ଆଜି ୨୧୩ତମ ଜୟନ୍ତୀ I ୨୩ ଜାନୁଆରୀ ୧୮୦୯ ମସିହା ସମ୍ବଲପୁର ଜିଲ୍ଲାର ୪୦ କିଲୋମିଟର ଉତ୍ତର କୁ ଥିବା ଖିଣ୍ଡା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ I ବୀର ସୁରେନ୍ଦ୍ର ସାଏ ଭାରତ ର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଇଂରେଜ ମାନଙ୍କ ହାତରେ ଗିରଫ ହୋଇ ୧୮୮୪ ମସିହା ୨୩ ମେ ରେ ରେ ମଧ୍ୟପ୍ରଦେଶର ଆସୀରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ I

ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ଲଢେଇ କୁ ଆଜିବି ସାରା ଦେଶ ମନେ ପକାଉଛି I ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି |

Comments (0)
Add Comment