ଆଜି ବିଜୟା ଦଶମୀ :କୋଭିଡ ଯୋଗୁଁ ସବୁ ଫିକା

ଆଜି ହେଉଛି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ର ବିଜୟ I ସାରା ଭାରତ ବର୍ଷରେ ଏହାକୁ ଦଶହରା ବୋଲି ପାଳିତ କରାଯାଇଥାଏ I ଭାରତ ବର୍ଷରେ ବାର ମାସ ର ତେର ପର୍ବ ଭିତରୁ ଏହା ହେଉଛି ପାଳିତ ହେଉଥିବା ଏକ ମହାପାର୍ବଣ । ଆଶ୍ୱୀନ ମାସ ପ୍ରତିପଦଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରା ଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ସମସ୍ତ ଦେବତାଙ୍କ ଠାରୁ ଆୟୁଧ ନେଇ ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ଏହି ଦିନ ଦିନ ବେଳା ମାଙ୍କୁ ଦହି ପଖାଳ ପ୍ରସାଦ ରୂପରେ ଓ ସନ୍ଧ୍ୟା ବେଳେ ଦଶ ପୁର ଦିଆ ମଣ୍ଡା ଭୋଗ ଲଗା ଯାଇଥାଏ I ସେହିଭଳି ବଙ୍ଗାଳି ପରମ୍ପରା ଅନୁସାରେ ଆଜି ମଧ୍ୟାହ୍ନ ରେ ସାଧବା ସ୍ତ୍ରୀ ମାନେ ମା’ଙ୍କୁ ସିନ୍ଦୁର ଲଗାଇ ‘ସିନ୍ଦୁର ଖେଲା’ କରିଥାନ୍ତି I ବେଙ୍ଗଲୀ ପରମ୍ପରା ଅନୁସାରେ ମା’ବାପ ଘରକୁ ଆସି ଆଜି ବାହୁଡ଼ି ଥାନ୍ତି,ତେଣୁ ଦେବୀ ଙ୍କୁ ଆଜି ଝିଅ ମାନଙ୍କ ପରି ଶାଢ଼ୀ,ଚୁଡ଼ି,ସିନ୍ଦୁର ଅର୍ପଣ କରି ସଜେଇ ଥାନ୍ତି I ମାଙ୍କୁ ବିଦାୟ ବେଳେ ଝିଅ ବାପ ଘରୁ ଯିବା ପରି ଭାବି ବିହ୍ଵଳ ହୋଇ କାନ୍ଦି ଥାନ୍ତି I ଏ ବର୍ଷ କୋଭିଡି କଟକଣା ଯୋଗୁଁ ରାଜଧାନୀ ରେ ଥିବା ବେଙ୍ଗଲୀ ମାନଙ୍କ ‘କାଳିବାରି’ପୂଜା ପେଣ୍ଡାଲ ବିଧି ରକ୍ଷା କରାଯାଇ କଳସ ପୂଜା ରେ ହିଁ ସୀମିତ ରହିଛି I
ସେହିପରି ଏ ବର୍ଷ କୋଭିଡ ସ୍ଥିତି ଯୋଗୁଁ ପାର୍ବଣର ମାହୋଲକୁ ଫିକା କରିଦେଇଛି ଇ ବିଧି ରକ୍ଷା ଅନୁସାରେ ପୂଜା ଚାଲିଛି ଇ ହେଲେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନି । ମା’ଙ୍କୁ ଭକ୍ତିର ସହ ନିଜ ଅନୁସାରେ ଦୁର୍ଗାପୂଜାକୁ ପାଳନ କରୁଛନ୍ତି ଲୋକ । ଗୁ୍ଜୁରାଟି ପରମ୍ପରାରେ ନବରାତ୍ର ସହ ଦାଣ୍ଡିଆ ଓ ଗରବାର ସମ୍ପର୍କ ବେଶ୍ ନିବିଡ଼ । ହେଲେ ଏବେ କଟକଣା ଯୋଗୁଁ ବାହାରେ ଦାଣ୍ଡିଆ ଖେଳିବା ସମ୍ଭବ ହେଉ ନାହିଁ । ତେଣୁ ରାଜଧାନୀରେ ଥିବା ଗୁଜୁରାଟି ପରିବାର ଘରେ ହିଁ ଦାଣ୍ଡିଆ ଖେଳୁଛନ୍ତି । ଲିଙ୍ଗରାଜ ମନ୍ଦିର ପାଖ କେଦାର ଲାଇନ ହାଟସାହିରେ ଦାଣ୍ଡିଆ ଖେଳି ଉତ୍ସାହ ଭରିଛନ୍ତି ଏକ ଗୁଜୁରାଟି ପରିବାର ।

Comments (0)
Add Comment