ଆଜି ଲତାଙ୍କ ଜନ୍ମଦିନ

ସ୍ୱର କୋକିଳା, ସ୍ୱରର ରାଜକୁମାରୀ ,ସ୍ୱରର ମଲ୍ଲିକା ଯାହାକିଛି ସ୍ୱର ଓ ସଂଗୀତ ସହିତ ଜଡିତ ନାଁ ରହିଛି । ସେସବୁ ଯଦି କୌଣସି ଜଣକ ନାଁ ପଛରେ ଲଗାଯାଏ ତାହାଲେ କଦାପି ଭୁଲ୍ ହେବନି । କାରଣ ତାଙ୍କର ଜନ୍ମ ହିଁ ହେଇଥିଲା ଏହି ନାଁର ଅଳଙ୍କାରକୁ ଆହୁରୀ ଦ୍ୱିଗୁଣିତ କରିବା ପାଇଁ । ହଁ ଆପଣ ଠିକ୍ ଭାବୁଛନ୍ତି ଆମେ ଭାରତର ବୁଲବୁଲ୍ କୁହାଯାଉଥିବା ମହାନ ଗାୟିକା ଲତା ମଙ୍ଗେଶକରଙ୍କ କଥା କହୁଛୁ । ଛୋଟରୁ ବଡ ସମସ୍ତଙ୍କର ପ୍ରିୟ ଭାରତ ରତ୍ନ ଲତା ମଙ୍ଗେସକର । ଆଜି ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ଦିନ । କାରଣ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଦେହାନ୍ତ ପରେ ଆଜି ଲତା ଦିଦିଙ୍କର ପ୍ରଥମ ଜନ୍ମ ବାର୍ଷିକୀ । ତେବେ ଆସନ୍ତୁ ଆଜିର ଦିନରେ ଜାଣିବା ତାଙ୍କ ଜୀବନର କିଛି ଖାସ କଥା । ତାଙ୍କର ଅବଦାନ ଭାରତର ସଂଗୀତ ଦୁନିଆ ପାଇଁ ଖୁବ୍ ଅତୁଳନୀୟ । ସଂଗୀତର କୌଣସୀ ବୟସ କିମ୍ବା କ୍ୟାଟେଗରୀ ନଥାଏ ବୋଲି ଲତା ମଙ୍ଗେଶକର ପ୍ରମାଣିତ କରିଦେଇଥିଲେ । ଯିଏ ନିଜର ୯ ବର୍ଷରୁ ୭୦ ବର୍ଷ ଯାଏଁ ସବୁ ଧରଣର ପିଢିଙ୍କ ପାଇଁ ଗୀତ ଗାଇଛନ୍ତି ତାଙ୍କର ଗୀତ ପ୍ରତି ଥିବା ଅମାପ ଭଲପାଇବା ଓ ନିଷ୍ଠା ସେହିଠାରୁ ହିଁ ପ୍ରମାଣିତ ହୁଏ । ଫେବୃଆରୀ ୬ ତାରିଖରେ ତାଙ୍କ ନିଧନ ସାରା ଭାରତବାସୀଙ୍କ ମନକୁ ଅମାପ କଷ୍ଟ ଦେଇଥିଲା । କେହି ବି ନିଜ ଭାରତର ଏତେ ବଡ ମହାନ ରତ୍ନକୁ ହରାଇବାକୁ ଚାହିଁନଥିଲେ । କିନ୍ତୁ କଣ ବା କରାଯାଇପାରେ ବୟସ କଣ କାହା ହାତରେ ରହିଛି ? କିନ୍ତୁ ଲତା ମଙ୍ଗେଶକର ଙ୍କ ଜୀବନର କଥା ଯଦି କହିବା ତାହାଲେ ତାହା ସଂଗୀତ ଭଳି ସୁରିଲା ନଥିଲା । ବରଂ ଅଭିନୟ ଭଳି ଜଟିଳ ଥିଲା । ତାଙ୍କ ଜୀବନ କୌଣସୀ ଫିଲ୍ମର କାହାଣୀ ଠାରୁ କମ୍ ନଥିଲା । ହେଲେ ଲତା ମଙ୍ଗେଶକରଙ୍କ ଜୀବନର ଏକ ଅକୁହା ପୃଷ୍ଠା ରହିଛି । ଯାହା ପାଇଁ ସେ ଜୀବନର ଲମ୍ବା ରାସ୍ତାକୁ ଏକୁଟିଆ କାଟିବାକୁ ଚାହିଁଥିଲେ । ହଁ ଲତା ମଙ୍ଗେଶକରଙ୍କ ପ୍ରେମ । ଏମିତି ପ୍ରେମ ହୁଏତ ଆଜିର ସମୟରେ ଦେଖିବା ଖୁବ୍ ବିରଳ କିନ୍ତୁ ସେତେବେଳେ ମନରେ ଯିଏ ଥରେ ଘର କରିଯାଏ ସେ ଘର କଣ କେବେ ଆଉ କାହାକୁ ଦେଇହୁଏ ? ଏତେ ଖାସ୍ ଥିଲା ଲତା ମଙ୍ଗେଶକରଙ୍କ କାହାଣୀ । ଅନେକ ଲୋକ ଲତା ମଙ୍ଗେସକରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି ଯେ ସେ କାହିଁକି ବିବାହ କଲେ ନାହିଁ । ଏତେ କମ୍‌ ବୟସରେ ନିଜେ ପାଠ ନପଢି ତାଙ୍କ ଭାଇ ଭଉଣୀଙ୍କୁ ପାଠ ପଢାଇ ବଡ କରିଥିଲେ ।

ଦିନ ଥିଲା ସେ ବି ପ୍ରେମ କରିଥିଲେ, ତାଙ୍କର ବିବାହ କରିବାକୁ ମନ ହୋଇଥିଲା । ଲତା ମଙ୍ଗେଶକରଙ୍କ ବିବାହ ନକରିବା ୨ ବଡ କାରଣ ରହିଛି । ଗୋଟିଏ ହେଉଛି ଲତା ମଙ୍ଗେସକର ତାଙ୍କ ଭାଇ ଭଉଣୀଙ୍କର ଛୋଟରୁ ବଡ କରିଥିଲେ । ସେମାନଙ୍କର ଯତ୍ନ ନେବା ସହ ପାଠ ପଢା ସବୁର ଦାୟିତ୍ବ ନେଇ ଲତା ଦିଦିଙ୍କ ଅଧା ବୟସ ଅତିବାହିତ ହୋଇ ଯାଇଥିଲା । ଏହା ପରେ ସେ ବିବାହ କରିବାକୁ ମନସ୍ଥ କଲେ। ହେଲେ ଭାଗ୍ୟ ତାଙ୍କୁ ସାଥ ଦେଲା ନାହିଁ । ଏକ ମିଡିଆ ରିପୋର୍ଟ ଅନୁଯାୟୀ, କ୍ରିକେଟର ତଥା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ର ପୂର୍ବ ଅଧ୍ୟକ୍ଷ ତଥା ସଭାପତି ରାଜ ସିଂ ଡୁଙ୍ଗରପୁର ଲତା ମଙ୍ଗେସକରଙ୍କ ଭାଇ ହୃଦୟନଥ ମଙ୍ଗେସକରଙ୍କ ବହୁ ଘନିଷ୍ଠ ବନ୍ଧୁ ଥିଲେ। ରାଜ ସିଂ ରାଜସ୍ଥାନର ରାଜ ପରିବାରରୁ ଥିଲେ । ଡୁଙ୍ଗରପୁରର ତତ୍କାଳୀନ ରାଜା ସ୍ବର୍ଗୀୟ ମହାରାୱାଲ ଲକ୍ଷ୍ମଣ ସିଂହଜୀଙ୍କ ସାନପୁଅ ଥିଲେ। ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହେଉଥିଲା । ହେଲେ ଧିରେ ଧିରେ ଦୁହେଁ ନିକଟତର ହୋଇଥିଲା । ଏସବୁ କୁ ଦେଖି ପରସ୍ପର ଭଲ ପାଇ ବସିଥିଲେ । ଲତା ସ୍ନେହରେ ତାଙ୍କୁ ମିଟୁ ବୋଲି ଡାକୁଥିଲେ। ଉଭୟ ଏହି ପ୍ରେମର ସମ୍ପର୍କ କୁ ଆଗକୁ ବଢାଇବା ପାଇଁ ବିବାହ କରିବାକୁ ସ୍ଥିର କରିଥିଲେ । କିନ୍ତୁ ଯେତେବେଳେ ମହାରାୱାଲ ଲକ୍ଷ୍ମଣ ସିଂହଜୀ ଏସବୁ ବିଷୟରେ ଜାଣିଥିଲେ ସେତେବେଳେ ବିବାହ କରିବାକୁ ମନା କରିଦେଇଥିଲେ। ଏହାର କାରଣ ହେଲା ଲତା ମଙ୍ଗେସକର ଏକ ରାଜ ପରିବାରର ନୁହଁନ୍ତି । ମହାରାୱାଲ ଲକ୍ଷ୍ମଣ ତାଙ୍କ ପୁଅ ରାଜ ସିଂଙ୍କୁ ଜଣେ ସାଧାରଣ ଝିଅ ସହିତ ବିବାହ କରେଇବାକୁ ଚାହୁଁନଥିଲେ। ମହାରାୱଲ ଲକ୍ଷ୍ମଣ ସିଂହଜୀଙ୍କ ନିଷ୍ପତ୍ତି ରାଜ ସିଂ ଡୁଙ୍ଗରପୁର ଏବଂ ଲତା ମଙ୍ଗେଶକରଙ୍କ ସ୍ୱପ୍ନକୁ ଗୋଟିଏ ଝଟକା ରେ ଭାଙ୍ଗି ଦେଇଥିଲା। ରାଜ ସିଂ ତାଙ୍କ ପିତାଙ୍କ ସମ୍ମାନାର୍ଥେ ତାଙ୍କ ନିଷ୍ପତ୍ତି ଗ୍ରହଣ କରିଥିଲେ କିନ୍ତୁ ସେ ଆଜୀବନ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ ସିଂଙ୍କ ନିଷ୍ପତ୍ତି ପରି ଜୀବନବ୍ୟାପୀ ବିବାହ ନକରିବାକୁ ଲତା ମଙ୍ଗେସକର ବି ନିଷ୍ପତ୍ତି ନେଇଥିଲେ। ଯଦିଓ ଦୁହେଁ ଆଜୀବନ ପାଇଁ ଭଲ ବନ୍ଧୁ ରହିଥିଲେ।ଏହା ପରେ ଲତା ମଙ୍ଗେସକର ସାରା ଜୀବନ କୁଆଁରୀ ରହିଥିଲେ । ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଭାରତୀୟ ସିନେମାକୁ ଅନେକ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧିଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।