ଆଜି ପରିବାର ଅଦାଲତରେ ସରିଲା ବର୍ଷାଙ୍କ ସାଖ୍ୟ ଗ୍ରହଣ

ଷ୍ଟାର ଦାମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲାରେ ଗୁରୁବାର କଟକ ଫାମିଲି କୋର୍ଟରେ ଶୁଣାଣି ହୋଇଛି। ଅଦାଲତରେ ବର୍ଷାଙ୍କ ସାଖ୍ୟ ଗ୍ରହଣ ପ୍ରକ୍ରିୟା ସରିଥିବା ବେଳେ ଜେରା ଅସମ୍ପୂର୍ଣ ରହିଛି।

ଗୁରୁବାର ପ୍ରଥମଥର ଅନୁଭବ କୋର୍ଟରେ ପ୍ରଶ୍ନ କରିଛନ୍ତି। ତାଙ୍କ ଓକିଲ ମଧ୍ୟ ଅନେକ ବିବାଦୀୟ ପ୍ରସଙ୍ଗ କୋର୍ଟରେ ଉଠାଇଥିବା ଜଣାପଡ଼ିଛି। ଯାହାକୁ ନେଇ ବର୍ଷା ଆପତ୍ତି ଉଠାଇଛନ୍ତି। ତେବେ ଶୁଣାଣି ବେଳେ ୨ଟି ପର୍ଯ୍ୟାୟରେ ବର୍ଷାଙ୍କୁ ଜେରା କରାଯାଇଥିଲା।

ଅନ୍ୟପଟେ ଅନୁଭବଙ୍କ ଓକିଲ ଅନାବଶ୍ୟକ ପ୍ରଶ୍ନ କରିଥିବା ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚରାଯାଇଥିଲା ବୋଲି ତାଙ୍କ ଓକିଲ କହିଛନ୍ତି। ସେପଟେ ଏହାକୁ ଅନୁଭବଙ୍କ ଓକିଲ ଖଣ୍ଡନ କରିଛନ୍ତି।