ଆଜି ବେଲ୍‌ ହୋଇପାରିଲାନି ୧୯ ଯାଏ ଜେଲରେ ରହିବେ ଆର୍ଯ୍ୟନ ଖାନ

ମୁମ୍ବାଇ ର ଏକ କୄଜ ରେ ହାଇପ୍ରୋଫାଇଲ ଡ୍ରଗ୍ସ କାରବାର ରେ ଏନସିବି ଦ୍ୱାରା ଗିରଫ ହୋଇଥିବା ସିନେ କଳାକାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ଆଜିର ଜାମିନ ଆବେଦନର ଶୁଣାଣି ପୁଣି ଝୁଲିଛି । ଡ୍ରଗ୍ସ କାରବାର ମାମଲାର ତାଙ୍କୁ ଏନସିବି ୩ ତାରିଖରୁ ଗିରଫ କରିଥିଲେ ହେଁ ଏଯାଏ ତାଙ୍କର ବେଲ ହୋଇପାରୁନି। ବାରମ୍ବାର ଜାମିନର ଶୁଣାଣି ହେଉଥିଲେ ମଧ୍ୟ କୋର୍ଟ ତାଙ୍କୁ ଏଯାଏ ଆଶ୍ୱସ୍ତି ଦେଇନାହାନ୍ତି।

ଆଜି ମଧ୍ୟ ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ହେବ। ଆର୍ଯ୍ୟନଙ୍କ ଓକିଲ ଦିନ ୧୧ଟାରୁ କୋର୍ଟରେ ଥିଲେ ମଧ୍ୟ ଏନସିବିର ଓକିଲ ଠିକଣା ସମୟରେ ଆସି ନଥିଲେ। ଫଳରେ ଶୁଣାଣି ବିଳମ୍ବ ହୋଇଥିଲା । ତେବେ ଆର୍ଯ୍ୟନ ଙ୍କ ଓକିଲ ସତୀଶ ମାନସିନଧେଙ୍କ ଜରିଆରେ ଆର୍ଯ୍ୟନଙ୍କ ଜାମିନ ଆବେଦନ କରିଥିଲେ ବି କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏପରିକି ଆର୍ଯ୍ୟନଙ୍କ ଜାମିନ ପାଇଁ ଅପିଲ ଶୁଣାଣି ଯୋଗ୍ୟ ନୁହେଁ ବୋଲି କହିଥିଲେ ମାନ୍ୟବର ବିଚାରପତି । ଅନେକ ଯୁକ୍ତି ଦର୍ଶାଇ ଆର୍ଯ୍ୟନଙ୍କୁ ଜାମିନ ଦେବା ଉଚିତ ହେବ ନାହିଁ ବୋଲି ଏନସିବି ପକ୍ଷରୁ କୁହାଯିବା ପରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ବର୍ତ୍ତମାନ ଅକ୍ଟୋବର ୧୯ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହୁଥିବାରୁ ,ଆର୍ଯ୍ୟନ ଙ୍କ ପରବର୍ତ୍ତୀ ଶୁଣାଣି ୨୦ ତାରିଖ ରେ ହେବ ବୋଲି ଜଣା ପଡିଛି I ତେଣୁ ଆର୍ଯ୍ୟନଙ୍କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜେଲ ରେ ରହିବାକୁ ପଡିବ I

Comments (0)
Add Comment