ଆଜି ଅନନ୍ୟାଙ୍କୁ ଏନସିବିର ୩ୟ ଥର ଜେରା ପାଇଁ ସମନ୍‌:ହାଜର ହେଲେନି ମାଗିଲେ ସମୟ

ଆର୍ଯ୍ୟନ ଖାଁ ଓ ଅନନ୍ୟା ପାଣ୍ଡେ ମାଦକ ଦ୍ରବ୍ୟ ବିଷୟରେ ହୋଇଥିବା ହ୍ୱାଟ୍ସ ଆପ୍ପ ଚାଟିଙ୍ଗ କୁ ନେଇ ଆଜି ପୁଣି ଏନସିବି ପକ୍ଷରୁ ତାଙ୍କୁ ୩ୟ ଥର ପାଇଁ ଜେରା କରାଯିବ I ଏହାକୁ ଲଗାଇ ‘ଏନ୍‌ସିବି’ ଜେରା ପାଇଁ ଅଭିନେତ୍ରୀ ଅନନ୍ୟାଙ୍କୁ ତିନି ଥର ସମନ୍‌ ଜାରି କଲାଣି। ପ୍ରଥମେ ଗତ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା କରାଯାଇଥିଲା। ପରେ ଗତ ଶୁକ୍ରବାର ଦିନ ମଧ୍ୟ ତାଙ୍କୁ ‘ଏନ୍‌ସିବି’ ପ୍ରାୟ ୪ଘଣ୍ଟା ଧରି ଜେରା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜେରା ସମୟରେ ‘ଏନ୍‌ସିବି’ ଅଧିକାରୀମାନେ କୌଣସି ପ୍ରମାଣ ପାଇବାରେ ଅସମର୍ଥ ହେବାରୁ ଆଜି ପୁଣି ଥରେ ହାଜର ହେବାକୁ ଅନନ୍ୟାଙ୍କୁ ସମନ୍‌ ଜାରି ହୋଇଛି। କିନ୍ତୁ ଡାକରା ପରେ ବି ସେ ଆଜି ହାଜର ହୋଇନାହାନ୍ତି ,ଏବଂ ଏଥିପାଇଁ ସମୟ ମାଗିଛନ୍ତି Iତେବେ ଶୁକ୍ରବାର ହୋଇଥିବା ଜେରା ଅସମାପ୍ତ ଥିଲା ଯାହା ପୁଣି ଆଜି ଆଉଥରେ ହେଇଥାନ୍ତା I

ସମନ୍‌ ପଠାଇବା ପୂର୍ବରୁ ‘ଏନ୍‌ସିବି’ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅନନ୍ୟାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତଦନ୍ତକାରୀ ଅଧିକାରୀମାନେ ଅନନ୍ୟାଙ୍କର ଗୋଟାଏ ଲ୍ୟାପ୍‌ଟପ୍‌ ଏବଂ ଦୁଇଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଥିଲେ।