ଆଜି ୪୫୭ ନୂଆ ସଂକ୍ରମିତ ଚିହ୍ନଟ :୫୩ଜଣ ପିଲା

ରାଜ୍ୟରେ ୨୪ ଘଂଟାରେ ୪୫୩ ନୂଆ ଆକ୍ରାନ୍ତ ଚିହ୍ନଟ ।ସେମାନଙ୍କ ମଧ୍ୟ ରୁ ୫୩ଜଣ ହେଉଛନ୍ତି ୧୮ ବର୍ଷରୁ କଂ ବୟସ ର I ଚିହ୍ନଟ ସଂକ୍ରମିତ ଙ୍କ ମଧ୍ୟରୁ ୨୬୫ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୮୮ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ୨୦୧, କଟକରୁ ୫୯, ଜଗତସିଂହପୁରରୁ ୨୪, ମୟୁରଭଞ୍ଜରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୧୫ ହଜାର ୬୦୮ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୯୩୫ ରହିଛି । ୨୪ ଘଂଟାରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୧୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ୧୬ଜଣ କ୍ୱାରେଣ୍ଟାଇନରେ ଓ ୧୦୨ଜଣ ସ୍ଥାନୀୟ ସଂକ୍ରମିତ । ଏହି ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୮ଜଣ ନୟାପଲ୍ଲୀ ଅଂଚଳର ହୋଇଥିବାବେଳେ ଶହୀଦ ନଗର ,ବରଗଡ଼ ଓ ଓଲଡ୍ ଟାଉନରୁ ୪ଜଣ ଲେଖାଏଁ ଅଛନ୍ତି ।

Comments (0)
Add Comment