ଆଜି ରାଜ୍ୟରୁ ୧୭୫ ସଂକ୍ରମିତ ଚିହ୍ନଟ ୧ ମୃତ

ଆଜି ରାଜ୍ୟରୁ ୧୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧ ଙ୍କର ମୃତ୍ୟୁ ଘଟିଛି I ମୃତକ ଜଣକ ହେଲେ ଖୋର୍ଦ୍ଧା ଅଂଚଳର I ମୃତକ ଜଣ ଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୩୭କୁ ବୃଦ୍ଧି ପାଇଛି I ସେହି ପରି ସଂକ୍ରମିତ ଙ୍କ ମଧ୍ୟରୁ କ୍ଵାରେନଟାଇନ ରୁ ୧୦୧ ଓ ସ୍ଥାନୀୟ ଅଞ୍ଚଳରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଙ୍କ ମଧ୍ୟରୁ ୩୦ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୯୨୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୫୩୬ ରହିଥିବା ବେଳେ ୧ ହଜାର ୯୦୧ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment