ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୦୮୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି I ମାତ୍ର ଗୋଟିଏ ଦିନ ବ୍ୟବଧାନ ପରେ ଆଜି ପୁଣି ଉର୍ଦ୍ଧ୍ବ ମୁହଁ ହେଇଛି କରୋନା ଗ୍ରାଫ I ଗତକାଲି ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟା ୧୦ ହଜାର ଉପରରେ ରହିଥିବାବେଳେ ଆଜି ଏକାଥରକେ ହଜାରେ ବଢିଛି I
ପ୍ରତିଥର ଭଳି ଖୋର୍ଦ୍ଧା ଜିଲ୍ଲାରୁ ଲଗାତାର ସର୍ବାଧିକ ୩,୪୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୧୬, କଟକରୁ ୭୬୭, ଷ୍ଟେଟ୍ପୁଲରୁ ୭୫୯,ମୟୂରଭଞ୍ଜରୁ ୩୯୩, ବାଲେଶ୍ୱରରୁ ୩୨୩, ସମ୍ବଲପୁରରୁ ୩୦୨, ବଲାଙ୍ଗିରରୁ ୩୦୦, ଯାଜପୁରରୁ ୨୭୫, ଜଗତସିଂହପୁରରୁ ୨୭୩, କଳାହାଣ୍ଡିରୁ ୨୫୩, କେନ୍ଦୁଝରରୁ ୨୨୩ ଓ କୋରାପୁଟରୁ ୧୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୫୫୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦୯୧୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୬୬୦୩୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୭୭୨୫୬୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ଅନ୍ୟପଟେ ରାଜ୍ୟରୁ ଆଉ ୪ଜଣ ସଂକ୍ରମିତ ଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି Iଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି ପାଇଛି । କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।