ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ବିଚାରପତିଙ୍କୁ ‘ମାଇ ଲର୍ଡ’ ପରିବର୍ତ୍ତେ ‘ସାର’ ସମ୍ବୋଧନ

ଏଣିକି ହାଇକୋର୍ଟରେ ଆଉ ‘ମାଇଁ ଲର୍ଡ’ ସମ୍ବୋଧନ କରାଯିବ ନାହିଁ । ଏହା ବଦଳରେ ‘ସାର’ ସମ୍ବୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ମୁରଲୀଧର ।
ଏଣିକି ବିଚାରପତିଙ୍କୁ ‘ମାଇ ଲର୍ଡ’ ବଦଳରେ ‘ସାର୍‌’ ସମ୍ବୋଧନ କରାଯିବ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ନୂଆବର୍ଷରେ ଏକ ନୂଆ ପଦକ୍ଷେପ ଅନୁସାରେ ଏହି ନିର୍ଦେଶ ଦେଇଛନ୍ତି I ପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର୍ ଲର୍ଡସିପ୍ ସମ୍ବୋଧନ ନ କରିବାକୁ କୁହାଯାଇଛି । ଏହି ଖଣ୍ଡପୀଠର ବିଚାରପତିଙ୍କୁ ଏଣିକି ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ଵିଭିନ୍ନ ପକ୍ଷଙ୍କୁ ଅନୁରୋଧ କରାଯାଇଛି ।
ଏଥିସହ ସମ୍ବୋଧନ ପୂର୍ବରୁ ‘ଅନରେବଲ’ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି । ଏଭଳି ସବୁ ସମ୍ବୋଧନ ନକରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ । ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା ସଂଗତ ଅନ୍ୟ ସମ୍ବୋଧନର ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଶ୍ରୀ ମୁରଲୀଧର ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୂପ ନିୟମ ପାଳନ କରିବା ନେଇ ଅନୁରୋଧ କରିଥିଲେ । ଗତ ୨୦୧୪ରେ ସୁପ୍ରିମକୋର୍ଟ କହିଥିଲେ ଯେ, ବିଚାରପତିମାନେ ନିଜର ବକ୍ତବ୍ୟ ପ୍ରଦାନ କରିବା ସମୟରେ ଭଦ୍ରତା ଓ ଶାଳୀନତା ରକ୍ଷା କରିବା ଦରକାର । ମାତ୍ର ଏଥିପାଇଁ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଓ ‘ୟୋର ଅନର’ ଭଳି ଶବ୍ଦର ବ୍ୟବହାର କରିବା ବାଧ୍ୟତାମୂଳକ ନୁହେଁ ।

Comments (0)
Add Comment