ପୁରୀରେ ଅଘଟଣ :ଶ୍ରୀମନ୍ଦିର ଗୁମୁଟରୁ ଡେଇଁ କିନ୍ନରଙ୍କର ମୃତ୍ୟୁ

ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଗୁମୁଟରୁ ଡେଇଁ ଜଣେ କିନ୍ନରଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବଳରାମ ରାଉତ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା-ଗୋପ ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି । ସେ ଆନନ୍ଦ ବଜାର ଭେଟ ମଣ୍ଡପ ପାଖ ଦେଇ ଗୁମୁଟକୁ ଯାଇଥିବା ସନ୍ଦେହ କରାଯାଉଛି ।
ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାରକରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣରୁ ସେ ଗୁମୁଟରୁ ଡେଇଁଲେ ସେ ବିଷୟରେ ଜଣା ପଡି ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ସିଂହଦ୍ୱାର ଆଗରେ ଜଗନ୍ନାଥ ମନ୍ଦିର ସୁରକ୍ଷା କର୍ମୀ ଓ ବ୍ୟାପକ ପୁଲିସ ମୁତୟନ ସତ୍ତେ୍ୱ କିପରି ସେ ଗୁମୁଟ ଉପରେ ଚଢିଲେ, ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି ।