ଆଜି ତିରୁପତି ବାଲାଜୀଙ୍କର କ୍ଷୀରାଧିବାସମ ନୀତି ଅନୁଷ୍ଠିତ ହେଲା

ଭୁବନେଶ୍ୱର, ୨୩ -୦୫ – ୨୦୨୨ : ଭୁବନେଶ୍ୱରର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଚାଲିଥିବା ରୀତିନୀତିର ତୃତୀୟ ଦିନରେ ଭାୟାଣାସା ଆଗମ ର ନିୟମ ଅନୁଯାୟୀ ଉପଦେଷ୍ଟା Dr ବେଦାନ୍ତମ ବିଷ୍ଣୁଭଟ୍ଟାଚାର୍ଯ୍ୟଙ୍କ ତତ୍ତ୍ୱାବଧାନ ରେ ଅନେକ ଧାର୍ମିକ ରୀତିନୀତି କାର୍ଯ୍ୟକ୍ରମ ମନ ଅନୁଷ୍ଠିତ ହୋଇ ଯାଇଛି I
ଏହା ପୂର୍ବରୁ ସକାଳ ୮ .୩୦ ରୁ ୧୧ .୩୦ ମଧ୍ୟରେ ବିଶ୍ୱକସେନା ଆରାଧନା, ପୁଣ୍ୟହଵନଚାନମ୍, ଅଗ୍ନି ପ୍ରାଣାୟଣମ୍, କାଲାସରାଧନା, ଉକଟା ହୋମମ୍ ଏବଂ ନଭକଳସ ସ୍ଥାପନ ଓ କ୍ଷିରଧିବାସମ ନୀତି ସମ୍ପନ୍ନ କରାଯାଇଥିଲା I

କ୍ଷୀରIଧିବାସମ ହେଉଛି ଏକ ଆଗାମିକ୍ ରୀତିନୀତି ଯେଉଁଥିରେ ମନ୍ଦିରରେ ବାଲାଜୀଙ୍କର ପ୍ରତିମୂର୍ତ୍ତିକୁ ପବିତ୍ର ମନ୍ତ୍ର ଜପ ସହିତ କ୍ଷୀରରେ ସ୍ନାନ କରାଯାଇଥାଏ I
ଏହା ପୁଣି ପୁନର୍ବାର ସନ୍ଧ୍ୟା ୬ .୩୦ ରୁ ୯ .୩୦ ମଧ୍ୟରେ, ବୈଦିକ ମନ୍ତ୍ର ଜପ କରି ପଣ୍ଡିତାଚାର୍ଯ୍ୟ ମାନେ ନୀତି ସମ୍ପନ୍ନ କରିବେ I


ଏହି କାର୍ଯ୍ୟକ୍ରମରେ ଡେପୁଟି ଇଓ ଶ୍ରୀ ଗୁଣୁଭୂଷଣ ରେଡ୍ଡୀ, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଜୟସାରାଡି, ଏଇଓ ଶ୍ରୀ ଦୋରସ୍ୱାମୀ ନାୟକ, ଅଧୀକ୍ଷକ ଶ୍ରୀ ମଲ୍ଲିକାର୍ଜୁନାଙ୍କ ସମେତ ଟିଟିଡି ମନ୍ଦିର ର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ।