ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ଭୁବନେଶ୍ୱର : ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ବରିଷ୍ଠ ଆଇପିଏସ୍‌ ଅଧିକାରୀ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଡିଜି ପହ୍ୟାକୁ ପଦୋନ୍ନତି ମିଳିଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆଙ୍କୁ ଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ସହ ଡିଜି ପାହ୍ୟାରେ ଏବେ ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କୁ ମିଶାଇ ମୋଟ ୯ଜଣ ବରିଷ୍ଠ ଆଇପିଏସ୍ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।