ପଂଚାୟତ ନିର୍ବାଚନ ପୂର୍ବରୁ ୩ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ମୃତ୍ୟୁ ,ସ୍ଥଗିତ ରହିଲା ମତଦାନ

ରାଜ୍ୟରେ ଆଯଠାରୁ ଆରମ୍ଭ ହେଉଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ର ମତଦାନ I କିନ୍ତୁ ମତଦାନ ଠିକ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୩ ଟି ସ୍ଥାନରେ ମତଦାନ ସ୍ଥଗିତ ରହିଛି I ଏପରି ଘଟଣା କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ଘଟିଥିବା ବେଳେ ବରଗଡ଼ ଜିଲ୍ଲାରେ ବି ଉପୁଜିଛି ସମାନ ସ୍ଥିତି।
କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ନମିତା ବେହେରା । ହେଲେ ହଠାତ୍‌ ନିର୍ବାଚନ ପୂର୍ବରୁ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ମତଦାନ ବର୍ତ୍ତମାନ ପାଇଁ ବନ୍ଦ ରହିଛି କଟକ ସଦର ବ୍ଲକ ବିଡିଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ବରଗଡ଼ ଜିଲ୍ଲାରେ ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ବାଲ୍ମିକୀ ପ୍ରଧାନ । ହେଲେ ନିର୍ବାଚନ ପୂର୍ବରୁ ହୃଦଘାତରେ ଆଖି ବୁଜିଛନ୍ତି ବାଲ୍ମିକୀ । ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ ।ଫଳରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ବନ୍ଦ ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।

ଅନ୍ୟପଟେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ରେ ମଧ୍ୟ ସମାନ କାରଣରୁ ମତଦାନ ସ୍ଥଗିତ ରହିଛି I ସୂଚନାନୁସରେ ଭଟଲି ବ୍ଲକ୍‌ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ସରୋଜ ସେଠ ଙ୍କର କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସେଥି ନିମନ୍ତେ ବୁଧବାର ହେବାକୁ ଥିବା ନିର୍ବାଚନକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।