କେନ୍ଦୁଝ ବିଧାୟକଙ୍କ ଗାଡିକୁ ବୋମା ମାଡ ଘଟଣାରେ ୩ ଗିରଫ

କେନ୍ଦୁଝର ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୁଲିସ । ଗତ ୧୦ ତାରିଖରେ
ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ମୋହନ ମାଝୀ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ କରିଥିଲେ । ତେବେ ଏହି ଘଟଣା ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଆଉ ଆଜି କେନ୍ଦୁଝର ପୋଲିସ ୩ଜଣଙ୍କୁ ଗିରଫ କରିଛି । କିନ୍ତୁ ଏହି ଘଟଣା ରେ ବିଧାୟକ ସୁରକ୍ଷିତ ଥିଲେ I

Comments (0)
Add Comment