ଆସନ୍ତା ମାସରୁ ହଜାରେ ଛୁଇଁବ ଏଲପିଜି ସିଲିଣ୍ଡର

କରୋନା କାଳରେ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ଖୁବଶୀଘ୍ର ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ହଜାରେ ଟଙ୍କା ଛୁଇଁବାକୁ ଯାଉଛି । ଆସନ୍ତା ମାସ ପହିଲାରୁ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିବେ । ଦେଶର ଅଧିକାଂଶ ସହରରେ ୯୦୦ ଟଙ୍କା ଉପରେ ରହିଥିବା ଏଲପିଜି ସିଲିଣ୍ଡର ପାଇଁ ଆପଣଙ୍କୁ ହଜାରେ ଟଙ୍କା ଦେବାକୁ ପଡିବ । ଏହା ଛଡା ଏଲପିଜି ସିଲିଣ୍ଡର ଉପରେ ଖାଉଟିଙ୍କୁ ଦିଆଯାଉଥିବା ରିହାତି ବନ୍ଦ ହୋଇଯିବ । ଅପରପକ୍ଷେ ଏଲପିଜି ସିଲିଣ୍ଡର କ୍ଷେତ୍ରରେ କେନ୍ଦ୍ର ସରକାର ସହୁଥିବା ରିହାତି ବୋଝ ଇତି ମଧ୍ୟରେ ବର୍ଷକରେ ୬ଗୁଣ ହ୍ରାସ ପାଇଛିସବୁଠାରୁ ବଡ କଥା ହେଉଛି , ଚଳିତ ବର୍ଷ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୦ଟଙ୍କା ୫୦ ପଇସା ବୃଦ୍ଧି ଘଟିଛି । ଚଳିତବର୍ଷ ଜାନୁଆରୀ ପହିଲାରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ରହିଥିଲା । ବର୍ତ୍ତମାନ ସିଲିଣ୍ଡର ମୂଲ୍ୟ ୯୧୧ ଟଙ୍କା ରହିଥିବାବେଳେ ଜାନୁଆରୀଠାରୁ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୯୦ଟଙ୍କା ୫୦ପଇସା ବୃଦ୍ଧି ପାଇଛି । ତେବେ ବିଗତ ସାଢେ ୭ବର୍ଷ ମଧ୍ୟରେ ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡର୧୪.୨କିଗ୍ରାର ମୂଲ୍ୟ ବଢି ଦୁଇଗୁଣ ହୋଇଛି ।

Comments (0)
Add Comment