ଭିଜିଲାନ୍ସ ଜାଲରେ ଏଥର କୋଟିପତି ସରକାରୀ ଡାକ୍ତର

ଭିଜିଲାନ୍ସ ଜାଲରେ ପଡିଲେ କୋଟିପତି ସରକାରୀ ଡାକ୍ତର I ଭୁବନେଶ୍ୱର ପଟିଆ ସ୍ଥିତ ଏହି ଡାକ୍ତରଙ୍କ ନାଁ ହେଉଛି ସୁକାନ୍ତ ଜେନା। ସେ ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର। ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇ ଦେବା ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହା ପରେ ତାଙ୍କ ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବାସ ଭବନରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ଘରୁ ୧ କୋଟି ୧୨ ଲକ୍ଷ ଟଙ୍କାର ନଗଦ କ୍ୟାସ୍‌ ମିଳିଥିବା ଜଣାପଡ଼ିଛି ।ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି । ଡାକ୍ତରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଓ ଖାନତଲାସୀ କରାଯାଉଛି । ତେବେ ଚଢ଼ାଉ ସମୟରେ ସର୍ବମୋଟ କେତେ ସମ୍ପତ୍ତି ବାହାରିଛି ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳି ପରି ନାହିଁ I