ଏଥର ବିଧାନସଭାରେ ହଙ୍ଗାମା ବନ୍ଦ

ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ I ଏହି ଓଡିଶା ବିଧାନସଭା ଅଧିବେଶନରେ ବିଧାୟକ ମାନଙ୍କର କୌଣସି ପ୍ରକାର ହଂଗାମା ଚାଲିପାରିବ ନାହିଁ ବୋଲି ନିୟମ ଜାରି କରାଯାଇଛି I ପ୍ରଶ୍ନକାଳ ସମୟରେ କିମ୍ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ସିମଲାରେ ବସିଥିବା ସବୁ ରାଜ୍ୟର ବାଚସ୍ପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ବିଧାନସଭାର ଆସନ୍ତା ଅଧିବେଶନ ଆଗରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏ ନେଇ ସମସ୍ତଙ୍କୁ ଅବଗତ କରାଯିବ।ଡିସେମ୍ବର ପହିଲାରୁ। ଏଥିପାଇଁ ୨୯ ତାରିଖରେ ସର୍ବଦଳୀୟ ବୈଠକ ହେବ। ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କରୋନା ଟେଷ୍ଟ ହେବ। କେଉଁ ଦିନ କାହାର ଟେଷ୍ଟ ହେବ, ଆସନ୍ତା ୨୫ ତାରିଖରେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ବୈଠକ ହେବ।
ଅନ୍ୟପକ୍ଷରେ ବିଧାନସଭାରେ ହୋହଲ୍ଲା ମନା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ବାଚସ୍ପତି ୨୯ ତାରିଖରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି। ବୈଠକରେ ବାଚସ୍ପତି ପ୍ରସ୍ତାବ ରଖି ସାରିବା ପରେ ବିଧାନସଭାରେ ଆମେ କ’ଣ କରିବୁ ଆମ ଦଳ ନିଷ୍ପତ୍ତି କରିବ। ବିରୋଧୀ ଦଳ ତାର ଭୂମିକା ଲିଭାଇବ।

Comments (0)
Add Comment