ଶୀତଦିନେ ଓଜନ ବୃଦ୍ଧି ନ ହେବ ପାଇଁ କରନ୍ତୁ ଏହି ଉପାୟ

ଶୀତଦିନରେ ଥଣ୍ଡା ଯୋଗୁଁ ଲୋକମାନେ ପ୍ରାୟତଃ ବ୍ୟାୟାମ କରିବା ଛାଡିଦେଇଥାନ୍ତି ଏବଂ ବେଶୀ ଛଣା ଛାଣି ସାଙ୍ଗକୁ କଫି ପିଇବାକୁ ପସନ୍ଦ କରିଥାନ୍ତି ଏହି କାରଣ ଯୋଗୁଁ ଆମ ଓଜନ ହଠାତ ବଢି ଯାଇଥାଏ I ଏହାକୁ ରୋକିବା ପାଇଁ ଏହି ଉପାୟ ଆପଣାନ୍ତୁ :

ଶୀତଦିନରେ ଦିନ ଛୋଟ ଏବଂ ରାତି ଲମ୍ବା ହୋଇଥାଏ I ତେଣୁ ଆମେ ପ୍ରାୟ ଘୋଡ଼ି ଘଡି ହେଇ ଶୋଇବାକୁ ବେଶୀ ପସନ୍ଦ କରିଥାଉ I ଏହା ବାଦ ଆଳସ୍ୟ ପାଇଁ ଦିନରେ ମଧ୍ୟ ବେଶୀ କାମ କରିବାକୁ ଇଛା ହେଇ ନ ଥାଏ I ତେଣୁ ଅଜାଣତରେ ଆମ ଭିତରେ -ସ୍ୟାଡନେସ ବା କୌଣସି ବିଷୟରେ ଆଗ୍ରହ ନ ଦେଖାଇବା ନିସ୍ପୃହତା ଭଳି ସମସ୍ୟା ଦେଖାଦେଇଥାଏ I ଏହା ହେଉଛି ଏକ ପ୍ରକାର ଚାପ, ଯାହା ପାଗର ପରିବର୍ତ୍ତନ ହେତୁ ଘଟିଥାଏ I ଏହା ଯୋଗୁଁ ମନୋବଳରେ ଶୀଘ୍ର ପରିବର୍ତ୍ତନ ହୋଇଥାଏ I ସ୍ୟାଡନେସ ରେ ପୀଡିତ ଲୋକମାନେ ଘରୁ ବାହାରକୁ ଯିବା, କିମ୍ବା ବ୍ୟାୟାମ କରିବା ଆଦୌ ପସନ୍ଦ କରନ୍ତି ନାହିଁ I ଏହା ବ୍ୟତୀତ, ଶରୀରରେ ସୂର୍ଯ୍ୟକିରଣର ଅଭାବ ହେତୁ ସେମାନେ ଚାପଗ୍ରସ୍ତ ଅନୁଭବ କରନ୍ତି I

ଶୀତ ଦିନରେ ଅଧିକାଂଶ ଲୋକ ଚା, କଫି, କୁକିଜ ଏବଂ ଅନ୍ୟାନ୍ୟ ମିଠା ଜିନିଷ ଖାଇବାକୁ ପସନ୍ଦ କରନ୍ତି I ଏହା ଦ୍ୱାରା , କିଛି ଲୋକଙ୍କ ଶରୀରରେ ସୋଡିୟମ୍ ଭାରୀ ମାତ୍ରା ମଧ୍ୟ ବଢି ଥାଏ I ଏହିପରି ଜିନିଷ ଖାଇବା ଦ୍ୱାରା ବ୍ଳଟିଙ୍ଗ ହୋଇଥାଏ ଏହା ଓଜନ ବୃଦ୍ଧି ପାଇଁ ଏକ ବଡ଼ ଏକ ସମସ୍ୟା ହୋଇଥାଏ I

ଶୀତଦିନେ ବଢ଼ୁ ଥିବା ଓଜନକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରନ୍ତୁ

ପ୍ରଚୁର ସୂର୍ଯ୍ୟ କିରଣ ପାଆନ୍ତୁ

ଶୀତଦିନେ ନିୟମିତ ଭାବରେ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ ଇ ଯଦି ପାରିବେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ସକାଳେ କିଛି ବ୍ୟାୟାମ କଲେ ଶରୀର ପାଇଁ ଅତି ଉତ୍ତମ ଏହା ଦ୍ୱାରା ଋତୁପାରିବର୍ତ୍ତନ ଭଳି ସ୍ୟାଡନେସ ଭଳି ପ୍ରଭାବଶାଳୀ ମାନସିକ ରୋଗ କୁ ଏଡାଇ ଦେଇ ହେବ I

ଶୀତଦିନେ, ଘରେ କିଛି ସମୟ ଇନଡୋର ବ୍ୟାୟାମ କରନ୍ତୁ I ମାନେ କରି ଶୀତଦିନେ ଖାଇ ସାରିବା ପରେ କିଛି ସମୟ ଚାଲନ୍ତୁ I ଲିଫ୍ଟ ବଦଳରେ ସିଡ଼ି ବ୍ୟବହାର କରନ୍ତୁ I ଏହାବାଦ ଖାଦ୍ୟ ଖାଇବା ର ପ୍ରାୟ ୧୫ ମିନିଟ ପରେ ଉଷୁମ ପାଣି ପିଅନ୍ତୁ ଏହା ମଧ୍ୟ ଓଜନ ବୃଦ୍ଧି କୁ ରୋକିଥାଏ I

ଖାଦ୍ୟ ର ଏକ ତାଲିକା କରନ୍ତୁ

ଆପଣଙ୍କ ଖାଦ୍ୟରେ ଫଳ, ପନିପରିବା, ଶସ୍ୟ ଜାତୀୟ ଦଲିଆ,ମାଣ୍ଡିଆ ଓଟ୍ସ ଏବଂ ଡାଲି କୁ ଅନ୍ତର୍ଭୂକ୍ତ କରନ୍ତୁ ଇ ଯଥା ସମ୍ଭବ ଜଙ୍କ, ଫ୍ର ଜନ ଫୁଡ , ତେଲ ଛଣା ଏବଂ କେକ ଇତ୍ୟାଦି ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ I

ଧୂମପାନ ଏବଂ ମଦ୍ୟପାନ ଠାରୁ ଦୂରରେ ରୁହନ୍ତୁ I ଏହା ବଦଳରେ ପ୍ରଚୁର ପାଣି ପିଅନ୍ତୁ I ଏହା ଦ୍ୱାରା ବ୍ଳଟିଙ୍ଗ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୁଏ ନାହିଁ ଇ ଯଦି ପାରୁଛନ୍ତି ଗରମ ପାଣି ପିଅନ୍ତୁ ମେଡ଼ ବହୁଳତାରୁ ମୁକ୍ତି ଦେବ I ପ୍ରଥମେ ସକାଳେ ଉଠି ଏକ ଗ୍ଲାସ ଉଷୁମ ପାଣିରେ ଫାଳେ ଲେମ୍ବୁ ଏବଂ କିଛି ପରିମାଣରେ ବ୍ଲାକ କଫି ମିଶାଇ ପିଅନ୍ତୁ ,ଏଥିରେ ଚିନି ମିଶାଇବେ ନାହିଁ I ଏହା ଓଜନ ବୃଦ୍ଧି କୁ ରୋକିଥାଏ I

Comments (0)
Add Comment