ପିତୃ ଦୋଷ ଓ ଶନିଦେବ ଙ୍କ ରୋଷ ରୁ ମୁକ୍ତି ପାଇବା ପାଇଁ କରନ୍ତୁ ଚିନି ର ଏହି ଉପାୟ

ରୋଷେଇ ଘରେ ଆମେ ପ୍ରାୟତଃ ସର୍ବଦା ଚିନି ବ୍ୟବହାର କରିଥାଉ I ଏହା କେବଳ ଚା’ରେ ମଧୁରତା ବଢାଇବା ପାଇଁ କାମ କରି ନ ଥାଏ , ବରଂ ଜୀବନରେ ଅନେକ ଅସୁବିଧା ଦୂର କରିବାରେ ମଧ୍ୟ ହୋଇଥାଏ ପ୍ରଭାବଶାଳୀ I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ସହିତ ଚିନିର ସଂଯୋଗ ଅଛି I ଚିନିର ର ଏହି ୫ ଟି ଅଦ୍ଭୁତ ଉପାୟ ବିଷୟ ରେ ଜାଣନ୍ତୁ ବ୍ୟକ୍ତିଙ୍କ ଜୀବନରେ ଜଡିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ,

  • ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ହେତୁ ଚାକିରିରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥାଏ, ଏହି ପରିସ୍ଥିତିରେ ସୂର୍ଯ୍ୟଙ୍କୁ ଶକ୍ତିଶାଳୀ କରିବା ପାଇଁ , ଏକ ତମ୍ବା ପାତ୍ରରେ ଚିନି ଏବଂ ପାଣି ର ସର୍ବତ କରି ପ୍ରତିଦିନ ପିଅନ୍ତୁ ,ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତହେବ I
  • -ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଘରୁ ଦୂର କୁ ଯାଉଛନ୍ତି ଏବଂ କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି I ଏହି ପରିସ୍ଥିତିରେ, ରାତିରେ ଏକ ତମ୍ବା ପାତ୍ରରେ ଚିନି ଏବଂ ପାଣି ରଖନ୍ତୁ I କାମକୁ ଯିବା ପୂର୍ବରୁ ଏହାକୁ ପି କରି ଘରୁ ବାହାରକୁ ଯାଆନ୍ତୁ I ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ସୂର୍ଯ୍ୟ ଦେବ ଙ୍କ କୃପାରୁ କାର୍ଯ୍ୟରେ ସଫଳତା ଆସି ଥାଏ ଇ
  • -ଯଦି ଜାତକରେ ଶନିଦେବ ଙ୍କ ପାଇଁ କୌଣସି କଷ୍ଟ ଭୋଗୁଛନ୍ତି,ତେବେ ଏଥିପାଇଁ ଚିନି କୁ ପେଷି ସେଥିରେ ନଡ଼ିଆର ଛୋଟ ଛୋଟ ଖଣ୍ଡ ମିଶାନ୍ତୁ , ଏହା ପରେ ଏହାକୁ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ I ଏହା କରିବା ଦ୍ୱାରା ଜଣେ ଶନିଦେବ ଙ୍କ କଷ୍ଟରୁ ମୁକ୍ତି ମିଳିଥାଏ ଇ
  • -ଯଦି ପିତୃ ଦୋଷ କାରଣରୁ କୌଣସି ପ୍ରକାର ଅଶାନ୍ତି ହେଉଥାଏ , ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଚିନି ର ଏହି ଉପାୟ ଟି ଅତ୍ୟନ୍ତ ମଧ୍ୟ ପ୍ରଭାବଶାଳୀ I ଏଥିପାଇଁ ଅଟାରେ ଚିନିକୁ ମିଶାଇ ରୁଟି କରି କାଉମାନଙ୍କୁ ଖାଇବାକୁ ଦିଅନ୍ତୁ I ଚିନିର ଏହି ଉପାୟ ଟି ପିତୃ ଦୋଷ ରୁ ମୁକ୍ତି ଦେଇଥାଏ
  • ଯଦି ରାହୁ ଦଶା ଦୂର କରିବାକୁ ଚାହୁଁଥାନ୍ତି ,ତେବେ ଏଥିପାଇଁ ଚିନିକୁ ଏକ ନାଲି କପଡ଼ାରେ ବାନ୍ଧି ରାତିରେ ଶୋଇବା ସମୟରେ ଏହାକୁ ତକିଆ ତଳେ ରଖନ୍ତୁ I କିଛି ଦିନ ପାଇଁ ଏହାକୁ କ୍ରମାଗତ ଭାବରେ କରନ୍ତୁ I
Comments (0)
Add Comment