ଗ୍ରହର ମାନଙ୍କର ରାଶିର ପରିବର୍ତ୍ତନ ହେଲେ ଅନେକ ରାଶି ଉପରେ ଏହାର ବଡ ପ୍ରଭାବ ପଡିଥାଏ I ଯେତେବେଳେ ଏହି ଗ୍ରହମାନେ ଏକ ସଂଯୋଗ ସୃଷ୍ଟି କରନ୍ତି କିମ୍ବା ଏକ ନିର୍ଦ୍ଦିଷ୍ଟ ଯୋଗ ଗଠନ କରନ୍ତି, ସେତେବେଳେ ସେମାନଙ୍କର ପ୍ରଭାବ ବହୁଗୁଣିତ ହୁଏ I ପୁଣି ଥରେ ଗ୍ରହମାନଙ୍କର ଏପରି ଏକ ବଡ଼ ସଂଯୋଗ ଘଟିବାକୁ ଯାଉଛି I ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୮ ରୁ ଶୁକ୍ର ବୃଷ ରାଶିରେ ପ୍ରବେଶ କରିବା ମାତ୍ରେ ‘ପଞ୍ଚ ମହାପୁରୁଷ ରାଜ ଯୋଗ’ ସୃଷ୍ଟି ହୋଇଛି I ଏହି ରାଜ ଯୋଗ ୪ ଟି ରାଶିର ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ I ଏହି ରାଶି ର ବ୍ୟକ୍ତି ମାନ ଙ୍କ ପାଇଁ ସୁବର୍ଣ୍ଣ ଦିନ ଆଣିବ I
‘ପଞ୍ଚ ମହାପୁରୁଷ ରାଜ ଯୋଗ’ ଗଠନ
ବୁଧ ଗ୍ରହ ପୂର୍ବରୁ ବୃଷ ରାଶି ଅବସ୍ଥାନ କରିଛନ୍ତି I ଜୁନ୍ ୧୮ ରେ, ଶୁକ୍ର ଗ୍ରହ ମଧ୍ୟ ବୃଷରେ ପ୍ରବେଶ କଲେ I ସେହି ସମୟରେ, ଶନି ଗ୍ରହ ୩୦ ବର୍ଷ ପରେ ନିଜର ସ୍ବଗୃହ କୁମ୍ଭ ରାଶି ରେ ପ୍ରବେଶ କରିଛନ୍ତି I ଏହି କାରଣରୁ, ୪ ଟି ରାଶି ଉପରେ ଗ୍ରହ ଗୋଚର ପଞ୍ଚ ମହାପୁରୁଷ ଯୋଗ ସୃଷ୍ଟି ହୋଇଛି I ଆସନ୍ତୁ ଜାଣିବା କେଉଁ ୪ ଟି ରାଶି ହେବେ ଅଶେଷ ଉପକୃତ :
ବୃଷ: ବୃଷ ରାଶିର ଏକା ସହିତ ୨ ଟି ଗ୍ରହ ର ଗୋଚର ହେଉଛି I ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଏହା ବିରାଟ ରାଜ ଯୋଗ ଗଠନ କରୁଛି I ଏହା ଏହି ରାଶିର ବ୍ୟକ୍ତି ଙ୍କୁ କ୍ୟାରିୟରରେ ଅପାର ସଫଳତା ଦେବ I ନୂତନ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନେ ସଫଳତା ର ଶିଖର ଛୁଇଁବେ I ଚାକିରୀ କରିଥିବା ବ୍ୟକ୍ତିମାନଙ୍କର ପଦୋନ୍ନତି-ବୃଦ୍ଧି ପାଇବା ସହ ମୋଟା ଅଙ୍କର ଦରମା ପାଇବେ I ସମସ୍ତ ଚିନ୍ତା ଦୂର ହୋଇ ଆର୍ଥିକ ଦିଗଟି ପ୍ରଶସ୍ତ ହେବ I ଏହି ସମୟଟି ଆପଣ ଙ୍କ ପାଇଁ ପଦ,ପ୍ରତିଷ୍ଠା ,ପଇସା ର ବେଶୁମାର ସ୍ରୋତ ବହିବ I
ସିଂହ : ୨ ଟି ଗ୍ରହ ର ଗୋଚର ହେତୁ ସିଂହ ରାଶିର ବ୍ୟକ୍ତି ଙ୍କ କୁଣ୍ଡଳୀ ରେ ୨ ଟି ରାଜ ଯୋଗ ଗଠନ ହେଉଛି I କାର୍ଯ୍ୟକ୍ଷେତ୍ରରେ ଅପାର ସଫଳତା ମିଳିବ I ଯେଉଁମାନେ ବିଦେଶୀ ଦେଶ ସହିତ ଜଡିତ ବ୍ୟବସାୟ କରୁଛନ୍ତି ସେମାନେ ବିରାଟ ସଫଳତା ପାଇବେ I ଅର୍ଥର ପ୍ରବାହ ବୃଦ୍ଧି ପାଇବ I ପୂର୍ବରୁ ସେୟାର ବଜାର ରେ ବିନିଯୋଗ ରୁ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଛି I
ବିଛା : ଗ୍ରହ ଗୋଚର ହେତୁ ବିଛା ରାଶି ର ବ୍ୟକ୍ତି ଙ୍କ କୁଣ୍ଡଳୀରେ ୨ ଟି ‘ମହା ରାଜଯୋଗ’ ଗଠନ ହେଉଛି I ଏହି ସମୟରେ ନୂତନ ଚାକିରି, ପଦୋନ୍ନତି, ଦରମା ବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ଯୋଗ ସୃଷ୍ଟି ହେଉଛି I ଏହି ଲୋକମାନେ ଚାକିରି-ବ୍ୟବସାୟରେ ବିରାଟ ସଫଳତା ହାସଲ କରିବେ I କାର୍ଯ୍ୟକ୍ଷେତ୍ରରେ ଏକ ବଡ଼ ଡିଲ୍ ହୋଇପାରେ ଯାହା ଭବିଷ୍ୟତରେ ପ୍ରଚୁର ଲାଭଦାୟକ ହେବ I ଏହି ସମୟ ମଧ୍ୟରେ ଆପଣ ଚତୁର୍ଦିଗରୁ ସଫଳତା ହାସଲ କରିବେ I
କୁମ୍ଭ : ବର୍ତ୍ତମାନ କୁମ୍ଭ ରାଶିରେ ଶନି ଅବସ୍ଥିତ ରହିଛନ୍ତି I ଵୃଷର ରାଶିରେ ବୁଧ ଓ ଶୁକ୍ର ଙ୍କର ପ୍ରବେଶ ହେତୁ ,ଏହାର ପ୍ରଭାବରେ କୁମ୍ଭ ରାଶି ବ୍ୟକ୍ତି ଙ୍କର ‘ମହାପୁରୁଷ ରାଜ ଯୋଗ’ ସ୍ଥିତି ସୃଷ୍ଟି ହେଉଛି I ଏହି ରାଜ ଯୋଗ ଫଳ ରେ କୁମ୍ଭ ରାଶିର ବ୍ୟକ୍ତିମାନେ ଭୌତିକ ସୁଖ,ସମୃଦ୍ଧି ଓ ଐଶ୍ଵର୍ଯ୍ୟ ଲାଭ କରିବେ I ପ୍ରଚୁର ଆର୍ଥିକ ଲାଭ ସହିତ ନୂତନ ଗୃହ ,ଯାନ ବାହନ କିଣି ପାରନ୍ତି I ବିଭିନ୍ନ ସ୍ରୋତରୁ ଅର୍ଥ ପ୍ରାପ୍ତି ହେବେ I ଏହା ସହିତ ଆୟର ନୂତନ ପନ୍ଥା ଖୋଲିବ I