ପରଲୋକରେ ସତୀଶ କୌଶିକ

ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକ ଗୁରୁବାର ସକାଳେ ତାଙ୍କର ପରଲୋକ ହୋଇଛି । ଏନେଇ ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ୍ କରି ସୂଚନା ଦେଇଥିଲେ । ତେବେ ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ପରିବାରବର୍ଗଙ୍କ ଟାରୁ ସୂଚନା ମିଳିଛି । ଏହାରି ଭିତରେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି । ଏହି ରିପୋର୍ଟରେ ପୁଲିସ କହିଛି କି, ‘ସତୀଶଙ୍କ ମୃତ୍ୟୁରେ କୌଣସି ପ୍ରକାର ସନ୍ଦିଗ୍ଧସ୍ଥିତି ସାମ୍ନାକୁ ଆସିନାହିଁ ।

ଶବବ୍ୟବଚ୍ଛେଦର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି ହୃଦୟ ଗତି ଅଟକି ଯିବାରୁ ସତୀଶଙ୍କ ମୃତ୍ୟୁ ହୋଇଥିଲା । ଭିସେରା ରିପୋର୍ଟକୁ ସଂଗ୍ରହ କରି ଯାଞ୍ଚ ପାଇଁ ପଠା ଯାଇଛି । ଏହି ରିପୋର୍ଟ ଆସିଲେ ଯାଇ ଜଣାପଡ଼ିବ କି ସତୀଶ ମୃତ୍ୟୁ ପୂର୍ବରୁ କ’ଣ ଖାଇଥିଲେ ଓ ପିଇଥିଲେ । ବ୍ୟବଚ୍ଛେଦ ପରେ ସତୀଶଙ୍କ ମରଶରୀରକୁ ମୁମ୍ବାଇ ପଠାଯିବା ପାଇଁ ବିମାନବନ୍ଦରକୁ ନିଆଯାଇଛି । ସତୀଶ କୌଶିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ା ବେଳେ ସେ ଦିଲ୍ଲୀରେ ଥିଲେ । ତେଣୁ ତାଙ୍କୁ ଗୁରୁଗ୍ରାମସ୍ଥିତ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏଥିସହିତ ପୁଲିସ କହିଛି କି, ‘ସତୀଶଙ୍କ ମୃତ୍ୟୁ ଖବର ହସ୍ପିଟାଲ ପକ୍ଷରୁ ମିଳିଥିଲା । ସତୀଶଙ୍କ ସହିତ ଥିବା ଲୋକମାନେ ଏନେଇ ପୁଲିସକୁ କୌଣସି ପ୍ରକାର ସୂଚନା ଦେଇ ନଥିଲେ । ପୁଲିସ ଏବେ ଏହାକୁ ନେଇ ପ୍ରତ୍ୟେକ ଦିଗରୁ ଯାଞ୍ଚ କରୁଛି ।’