ଆଇପିଏଲ୍ ରେ ଦର୍ଶକଙ୍କୁ ବାନ୍ଧି ରଖିବେ ଏହି ସୁନ୍ଦରୀ ଆଙ୍କର ମାନେ

ଆଇପିଏଲ 2022 ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେଉଛି I ଖେଳ ର ମଜ୍ଜା ସହିତ ଦର୍ଶକ ଏଥର ସୁନ୍ଦରୀ ଆଙ୍କର ଙ୍କ କମେନ୍ଟରି ମଧ୍ୟ ଶୁଣିପାରିବେ I କ୍ରିକେଟରଙ୍କ ପରି ଏହି ସୁନ୍ଦରୀ ଆଙ୍କର ଙ୍କ ଯୋଗୁଁ ମଧ୍ୟ ଭିୟୁଅର୍ଶ ବୃଦ୍ଧି ପାଉଛି କହିଲେ ଭୁଲ ହେବ ନାହିଁ I ଆଜିକାଲି ସିଜିନ -୧୫ ଆଇପିଏଲ ର ଚର୍ଚ୍ଚା ଜୋର ଧରିଛି I କିନ୍ତୁ କ୍ରିକେଟ୍ ପ୍ରଶଂସକମାନେ ବିରତି ସମୟରେ ସେମାନଙ୍କର ପ୍ରିୟ ମହିଳା ଆଙ୍କର୍ ଦେଖିବାକୁ ଭୁଲିବେ ନାହିଁ I ଆସନ୍ତୁ ଦେଖିବା ସେହି ସୁନ୍ଦରୀ ଆଙ୍କର ମାନଙ୍କୁ :

୧-ନେରୋଲି ମେଡୋସ୍

ଜଣେ ଅଷ୍ଟ୍ରେଲୀୟ ଟିଭି ଉପସ୍ଥାପିକା, କ୍ରୀଡା ସାମ୍ବାଦିକI ତଥା କ୍ରୀଡା ସମୀକ୍ଷକ ଯିଏ କ୍ରିକେଟ୍ ବ୍ୟତୀତ ବାସ୍କେଟବଲ୍ ଏବଂ ଅଷ୍ଟ୍ରେଲିୟ ଫୁଟବଲ୍ ଲିଗ୍ ମଧ୍ୟ ଆୟୋଜନ କରିଛନ୍ତି | ସମ୍ପ୍ରତି, ସେ ଆଇପିଏଲ ସମୟରେ ସୁନୀଲ ଗାଭାସ୍କର ଏବଂ କେଭିନ ପିଟରସେନଙ୍କ ସହ ଏହି ସୋ ଆୟୋଜନ କରୁଥିବା ଦେଖିବାକୁ ମିଳିଛି।

୨-ତାନିଆ ପୁରୋହିତ


ଉତ୍ତରାଖଣ୍ଡର ଗରୱାଲ ବିଶ୍ୱବିଦ୍ୟାଳୟରୁ ଏମ ଏ ମାସ କମ୍ୟୁନିକେସନ୍ କରିଛନ୍ତି ତନ୍ୟI ପୁରୋହିତ I ତାଙ୍କୁ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘NH 10’ ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ନ୍ୟୁଜ୍ ଆଙ୍କର୍ ଦୀପକ ଡୋଭାଲଙ୍କୁ ବିବାହ କରିଛନ୍ତି |

୩ -ନାଶପ୍ରୀତ ସିଂ

1998 ମସିହାରେ ଫିଜିରେ ଜନ୍ମଗ୍ରହଣ କରିଥିଲେ ନାଶପ୍ରୀତ ସିଂ ଏବଂ ସେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ଶିକ୍ଷା ଲାଭ କରିଛନ୍ତି I ସେ ନାଶପ୍ରୀତ କୌର ର ନାମରେ ଜଣାଶୁଣା I ହିନ୍ଦୀ, ଇଂରାଜୀ ବ୍ୟତୀତ ସେ ପଞ୍ଜାବୀ ଭାଷା ମଧ୍ୟ ଭଲ ଭାବରେ ଜାଣନ୍ତି Iନାଶପ୍ରୀତ ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ସେ ୨୦୧୪ ରେ ଏକ ମଡେଲ୍ ଭାବରେ ନିଜର ବୃତ୍ତିଗତ କ୍ୟାରିଅର୍ ଆରମ୍ଭ କରିଥିଲେ I ଏହା ବ୍ୟତୀତ ସେ କ୍ଷୁଦ୍ର ଚଳଚ୍ଚିତ୍ର ‘ଷ୍ଟ୍ରିଙ୍ଗ୍ସ’ରେ ମଧ୍ୟ ଅଭିନୟ କରିଥିଲେ। ସେ ବହି ପଢିବା ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି I

-ସଞ୍ଜନା ଗଣେଶନ୍

୬ ମଇ ୧୯୯୧ ରେ ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିଲେ ସଞ୍ଜନା ଗଣେଶନ୍। ସେ ବିଶପ୍ ସ୍କୁଲ୍, ପୁଣେ ଏବଂ ସିମ୍ବିବିଓସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ପଢା ସାରିଛନ୍ତି I କ୍ରିକେଟ୍ ବ୍ୟତୀତ ସେ ଫୁଟବଲ୍ ଏବଂ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ରେ ମଧ୍ୟ ହୋଷ୍ଟ ରହିସାରିଛନ୍ତି I ଏହା ବ୍ୟତୀତ, ସେ ‘MTV Splitsvilla’ ସିଜିନ ୭ ରେ ପ୍ରତିଯୋଗୀ ଭାବରେ ଦେଖାଯାଇଥିଲେ I ୧୫ ମାର୍ଚ୍ଚ ୨୦୨୧ ରେ ସେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ବିବାହ କରିଥିଲେ।

୫ -ମୟାଣ୍ଟି ଲେଙ୍ଗର

କ୍ରିକେଟ୍ ଦୁନିଆର ଏକ ଜଣାଶୁଣା ନାମ ହେଉଛି ମୟାଣ୍ଟି ଲେଙ୍ଗର , କ୍ରିକେଟ୍ ପ୍ରଶଂସକମାନେ ଚଳିତ ବର୍ଷ ବାକି ଆଙ୍କର୍ ଙ୍କ ସହିତ ଟିଭିରେ ମୟନ୍ତୀଙ୍କୁ ଦେଖିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ ଆଇପିଏଲ୍ ୨୦୨୧ ରେ ଆଙ୍କରିଙ୍ଗ୍ ଦେଖାଯାଇ ନଥିଲା I ଏହା ପଛରେ ତାଙ୍କର ବ୍ୟକ୍ତିଗତ କାରଣ ରହିଥିଲା I ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାୟନ୍ତୀ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପରେ ବିରତି ନେବାକୁ ଚାହୁଁଥିବାରୁ ଗତ ସିଜିନ ରେ ଆଇପିଏଲ ରେ ଭାଗ ନେଇ ପାରି ନ ଥିଲେ I