ଚୈତ୍ର ଅମାବାସ୍ୟା ରେ ହେଉଛି ଏହି ୪ ବିରଳ ସଂଯୋଗ, କାଳ ସର୍ପ ଦୋଷ ରୁ ମିଳିବ ମୁକ୍ତି

ଚୈତ୍ର ମାସ ର ଅମାବାସ୍ୟା ୧ ଏପ୍ରିଲ ଶୁକ୍ରବାର ରେ ପଡୁଛି I ଏହା ହେଉଛି ଚୈତ୍ର ମାସରେ ଶେଷ ତିଥି I ଏହାପରେ ଏହା ପରେ ଆରମ୍ଭ ହେବ ଚୈତ୍ର ଶୁକ୍ଳ ପ୍ରତିପଦା ,ସେହି ଦିନଠାରୁ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି I ଚୈତ୍ର ଅମାବାସ୍ୟା ତିଥି ମାର୍ଚ୍ଚ ୩୧ ତାରିଖ ରାତି ୧୨ .୨୨ ରୁ ଆରମ୍ଭ ହୋଇ ୧ ଏପ୍ରିଲ ସକାଳ ୧୧ :୫୩ ରେ ଶେଷ ହେଉଛି I ଶାସ୍ତ୍ର ଅନୁଯାୟୀ, ଅମାବାସ୍ୟା ପାଇଁ ସ୍ନାନ ଏବଂ ଦାନ ସୂର୍ଯ୍ୟୋଦୟ ପରଠାରୁ କରାଯାଇଥାଏ I ଏଭଳି ପରିସ୍ଥିତିରେ ଚୈତ୍ର ଅମାବାସ୍ୟା ପାଇଁ ସ୍ନାନ ଆଉ ଦାନ ୧ ଏପ୍ରିଲ ରେ କରାଯିବା ର ବିଧି ରହିଛି I ନବରାତ୍ରୀ ବ୍ରତ ପାଇଁ କଳସ ସ୍ଥାପନ ଏହି ସମୟରେ କରନ୍ତୁ I ସେହିଭଳି କାଳ ସର୍ପ ଦୋଷ ଦୋଷ ଏବଂ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଅମାବାସ୍ୟା ରେ କିଛି ବିଶେଷ ସଂଯୋଗ ପଡୁଛି I ଆସନ୍ତୁ ଜାଣିବା ଏହି ଦିନ କଣ କରିବା :

କାଳସର୍ପ ଦୋଷ ଓ ପିତୃ ଦୋଷ ରୁ ମୁକ୍ତି :
ଚୈତ୍ର ଅମାବାସ୍ୟା ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷ ରୁ ମୁକ୍ତି ମିଳିଥାଏ I ଏହି ଦିନ ଶିବ ମନ୍ଦିରରେ ରୁଦ୍ରବିଷେକ କରିବା ସହିତ ଶିବଲିଙ୍ଗ ରେ ମିଶ୍ରି ମିଶ୍ରିତ କ୍ଷୀର ଢ଼ାଳନ୍ତୁ I ଭଗବାନ ଶଙ୍କର ଙ୍କ କୃପାରୁ କାଳ ଦୋଷ ରୁ ମୁକ୍ତି ମିଳିଥାଏ I

ଚୈତ୍ର ଅମାବାସ୍ୟା ଦିନ କୌଣସି ପବିତ୍ର ନଦୀରେ ସ୍ନାନ କରିବା ପରେ ରୂପା ନିର୍ମିତ ନାଗ ,ନାଗୁଣୀ ଙ୍କୁ ପୂଜା କରି ସେହି ନଦୀ ଜଳରେ ଭସାଇ ଦିଅନ୍ତୁ I ବିଶ୍ୱାସ ରହିଛି ଯେ କାଳ ସର୍ପ ଦୋଷ ରୁ ମୁକ୍ତି ମିଳିଥାଏ I

ଏହା ବ୍ୟତୀତ ଚୈତ୍ର ଅମାବାସ୍ୟା ଦିନ ଶିବ ତାଣ୍ଡବ ସ୍ତୋତ୍ର ପଢନ୍ତୁ I ଏହା ମଧ୍ୟ କାଳ ସର୍ପ ଦୋଷ ରୁ ମୁକ୍ତି ଦେଇଥାଏ I ଏହିଦିନ ରIହୁ ଙ୍କ ଅଶୁଭ ଦୃଷ୍ଟି ରୁ ମୁକ୍ତି ପାଇବା ପାଇଁ କୌଣସି ଶିବ ମନ୍ଦିର ଯାଇ ପୂଜା କରନ୍ତୁ I ରିଷ୍ଟ ଖଣ୍ଡନ ହେବ I

ଚୈତ୍ର ଅମାବାସ୍ୟା ରେ ପଡୁଛି ଏହି ବିଶେଷ ସଂଯୋଗ :
ପଞ୍ଚାଙ୍ଗ ଅନୁଯାୟୀ ଅମାବାସ୍ୟା ଦିନ ସକାଳେ ବ୍ରହ୍ମ ଯୋଗ ସୃଷ୍ଟି ହେଉଛି। ଏହା ବ୍ୟତୀତ ଇନ୍ଦ୍ର ଯୋଗର ମଧ୍ୟ ଏକ ବିରଳ ସଂଯୋଗ ଘଟୁଛି I ସାରଳା ସିଦ୍ଧ ଯୋଗ ଏବଂ ଅମୃତ ସିଦ୍ଧ ଯୋଗ ମଧ୍ୟ ସକାଳ ୧୦ .୪୦ ରୁ ପଡୁଛି I ଏହି ଯୋଗଗୁଡ଼ିକରେ ଯେ କୌଣସି ଶୁଭ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ I ଏହା ସହିତ, ଚୈତ୍ର ଅମାବାସ୍ୟା ରେ ଭାଦ୍ରପଦ ଏବଂ ରେବତୀ ନକ୍ଷତ୍ରର ମିଳନ ହେଉଛି I