ଭୁବନେଶ୍ବର: ଆଗାମୀ ୩ରୁ ୪ ଦିନ ଝଡ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ରହିଛି । ସକାଳେ ଖରା ହେଉଛି । ଅପରାହ୍ଣରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଗତ କିଛି ଦିନ ହେବ ଖରା ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ଏନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ଭିତରେ ଭୁବନେଶ୍ବରରେ ୩୭ ଡିଗ୍ରୀ ତାପମାତ୍ରା ଅନୁଭୂତ ହେବା ବେଳେ କଟକରେ ପାଖାପାଖି ୩୦ ଣିଗ୍ରୀ ତାପମାତ୍ରା ରହିବ ।
ଏଥିସହିତ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଉତ୍ତର ବିହାରରୁ ଉତ୍ତର ଓଡିଶା ଦେଇ ଏକ ଟ୍ରପ ଲାଇନ୍ ଲମ୍ବିଛି । ଯାହା କି ଗତି କରୁଛି । ଏହା ଝାଡଖଣ୍ଡ ଓ ପଶ୍ଚମବଙ୍ଗଳା ଦେଇ କରି ଓଡିଶା ଆସୁଛି । ଯାହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଗାମୀ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣି ଦିଆାଯାଇଛି । ଏଥିସହିତ ୪୦-୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।