ନନ୍ଦନକାନନ ରେ ପଶୁଙ୍କ ପାଇଁ ଲାଗିବ ଅଲଟ୍ରା ସାଉଣ୍ଡ ମେସିନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବ ଶୀଘ୍ର ଲାଗିବ ମିନି ଜନ୍ତୁ ଅଲ୍ଟ୍ରାସାଉଣ୍ଡ ମେସିନ I ପିସିସିଏଫ ୱାଇଲଡ ଲାଇଫ ଙ୍କ ଅନୁମୋଦନ କ୍ରମେ ଏହା ଅଣାଯିବ I ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟିରେ ରଖି ଏ ଭଳି ପଦକ୍ଷେପ ନିଆଯାଇଛି Iପଶୁପକ୍ଷୀ ଗର୍ଭ ଧାରଣ ପରେ କେତୋଟି ଶାବକ ଙ୍କୁ ଜନ୍ମ ଦେବେ ଏହି ମେସିନ ଦ୍ୱାରା ତାହା ସହଜରେ ଜାଣିହେବ I ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହେବେ I ଏହି ମେସିନ ମାର୍ଚ୍ଚ ସୁଦ୍ଧା ଲଗାଯିବବୋଲି ଜଣାପଡିଛି I

Comments (0)
Add Comment