ଗୁଲୁଗୁଲା ନେଲା ଜୀବନ

ବାରିପଦା:ଖାଇବା ପ୍ରତିଯୋଗିତାରେ ଭାଗ ନେବା ହେଲା କାଳ । ଅଧିକ ଖାଇ ପ୍ରତିଯୋଗିତା ଜିତିବା ଆଶାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ଗତ ରବିବାର ଦିନ ମୋରଡା ବ୍ଲକର ଦାନ୍ତିଆମୁହାଁ  ଗାଁରେ ଗୁଲୁଗୁଲା ଖାଇବା ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ୪୨ ବର୍ଷ ବୟସ୍କ ଶିରିଶ ଚନ୍ଦ୍ର ମହାନାୟକ । ଗୁଲୁଗୁଲା ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

ରିପୋର୍ଟ ଅନୁସାରେ, ଶିରିଶ ସାପ୍ତାହିକ ହାଟକୁ ତାଙ୍କର କିଛି ବନ୍ଧୁଙ୍କ ସହ ଯାଇଥିଲେ । ସମସ୍ତେ ମିଶି ରାସ୍ତାକଡରେ ଥିବା ଦୋକାନକୁ ଖାଇବାକୁ ଗଲେ । ସେଠାରେ କଥା ପ୍ରସଙ୍ଗରେ ଚାଲେଞ୍ଜ ଦେଇ ଶିଶିର ଥରକେ ୪ଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଅ ଖାଇ ଦେଲେ ।

ହଠାତ ସେ ଅଣନିଃଶ୍ୱାସୀ ହେବା ସହ ଶ୍ୱାସରୁଦ୍ଧ ହେବା ପରି ଅନୁଭବ କଲେ । ତା ପରେ ନିଃଶ୍ୱାସ ନେଇ ପାରି ନ ଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଏେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ପୋଲିସ।