ପଶ୍ଚିମା ଝଡ଼ ପ୍ରଭାବ ରେ ଆସନ୍ତା ତିନିଦିନ ମଧ୍ୟରେ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ମାରିପାରେ Iପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁସାରେ ଉପକୂଳ ଓଡ଼ିଶା ସହ ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କେତକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଠିକ୍‌ ସେମିତି ୨୫ ତାରିଖରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସେହିଭଳି ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗର ଆଡୁ ଓଡ଼ିଶା ଆଡକୁ ମୁହାଁଉଥିବା ଆଦ୍ରତାର ବୃଦ୍ଧି ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇବ ଯେଉଁ କାରଣରୁ ଏଭଳି ପାଣିପାଗ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପାଣିପାଗ ସହ ପଶ୍ଚିମା ଝଡର ମିଶ୍ରଣ ଯୋଗୁଁ ଫେବୃଆରୀ ୨୬ ତାରିଖରୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।