ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିଲାନି ପ୍ରଶ୍ନକାଳ ।  ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛନ୍ତି ।  ଓଡ଼ିଶାକୁ ଭାଗ ଭାଗ ଚଳିବ ନାହିଁ ।  ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ବିଧାୟକ ହଟ୍ଟଗୋଳ କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା ଓ ନାରାବାଜି କରିଥିଲେ ।  ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।  ଆଜି ବିଧାନସଭା ଆରମ୍ଭ ପରେ ଗୃହରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଅନନ୍ତ ବାବୁ ଜଣେ ଲୋକପ୍ରିୟ ନେତା ଥିଲେ ବୋଲି ନବୀନ କହିଥିଲେ ।

There is a lot of opposition in the assembly